Latest Odisha News

BREAKING NEWS

ପିଓକେର ଭାରତର ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ: ଏକାଧିକ ଆତଙ୍କୀ ଲଂଚପ୍ୟାଡ ନଷ୍ଟ, ଅନେକ ଆତଙ୍କବାଦୀ ମୃତ !

ଶ୍ରୀନଗର:ପାକ୍ ଅଧିକୃତ କାଶ୍ମରରେ ଭାରତୀୟ ବାୟୁସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଏଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନେକଗୁଡିଏ ଲଂଚପ୍ୟାଡ ନଷ୍ଟ ହୋଇଛି । ତେବେ କେତେଜଣ ଆତଙ୍କବାଦୀ ମରିଛନ୍ତି ସେ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ପ୍ରକାଶ ପାଇ ନାହିଁ ।

୨୦୧୬ରେ ଉରୀ ସେକ୍ଟରରେ ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲା । ଏଥିରେ ୧୮ ଯବାନ ଶହୀଦ ହୋଇଥିଲେ । ଭାରତୀୟ ସ୍ଥଳସେନା ଏହାପରେ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଏଥିରେ ୪୦ରୁ ୫୦ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ସେହିପରି ୨୦୧୯ରେ ଭାରତୀୟ ବାୟୁସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ପାକିସ୍ତାନ ସେନା ବାରମ୍ବାର ସିଜ ଫାୟର ଉଲ୍ଲଂଘନ କରି ଆତଙ୍କବାଦୀକୁ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହି ଉଦ୍ୟମ କରାଯାଉଥିଲା ।

Leave A Reply

Your email address will not be published.