Latest Odisha News

ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା !

ମୁମ୍ବାଇ: ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ନିଜ ଭାଣିଜୀକୁ ବିବାହ କରିବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବା । ହେଲେ ଏବେ ଯାହା ଜଣାପଡୁଛି ଖୋଦ ପ୍ରଭୁଦେବା ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଶୁଣିବାକୁ ମିଳିଛି ପ୍ରଭୁଦେବା କୁଆଡେ ଚଳିତବର୍ଷ ସେପ୍ଟେମ୍ବର ମାସରେ ମୁମ୍ବାଇରେ ଦ୍ୱିତୀୟ ବିବାହ କରିଥିଲେ ।

କୋରିଓଗ୍ରାଫି, ଅଭିନୟ ଓ ନିର୍ଦ୍ଦେଶନାରେ ମାହିର ଥିବା ପ୍ରଭୁଦେବା ଜଣେ ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି । ଏ ହେଉଛନ୍ତି ସେହି ଫିଜିଓଥେରାପିଷ୍ଟ ଯିଏ ପ୍ରଭୁଦେବାଙ୍କ ଅଣ୍ଟା ବ୍ୟଥାର ଉପଚାର କରିଥିଲେ । ରିପୋର୍ଟ ଅନୁଯାୟୀ ମୁମ୍ବାଇରେ ବିବାହ କରିବା ପରେ ଦୁହେଁ ଏବେ ଚେନ୍ନାଇରେ ରହୁଛନ୍ତି ।

ତେବେ ଦ୍ୱିତୀୟ ବିବାହ ନେଇ ପ୍ରଭୁଦେବା ଏ ପର୍ଯ୍ୟନ୍ତ ସର୍ବସାଧାରଣରେ ମୁହଁ ଖୋଲିନାହାଁନ୍ତି । ଏପରିକି ତାଙ୍କ ନିକଟତର ବନ୍ଧୁମାନେ ବି କିଛି ଜାଣିନଥିବା ଜଣାପଡିଛି ।

Leave A Reply

Your email address will not be published.