Latest Odisha News

BREAKING NEWS

୮୭ ଘଣ୍ଟାରେ ୨୦୮ ଦେଶ ବୁଲି ରେକର୍ଡ କଲେ ମହିଳା

ଭୁବନେଶ୍ୱର: ବିଭିନ୍ନ ଦେଶ ବୁଲିବାର ନିଶା ଜଣେ ମହିଳାଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡର ଅଧିକାରୀ ବନାଇଛି । ଦୁବାଇର ଡା. ଖୱାଲା ରୋମାଇଥୀ ନାମକ ଜଣେ ମହିଳା ୮୭ ଘଣ୍ଟାରୁ ବି କମ୍ ସମୟରେ ସାତଟି ମହାଦେଶ ପରିଭ୍ରମଣ କରିଥିଲେ । ଯେଉଁଥିରେ ସେ ୨୦୮ଟି ଦେଶକୁ ଯାତ୍ରା କରିଥିଲେ ।

ଠିକ୍ କରୋନା କଟକଣା ପୂର୍ବରୁ ୩ ଦିନ ୧୪ ଘଣ୍ଟା ୪୬ ମିନଟ୍ ଓ ୪୮ ସେକେଣ୍ଡର ବିଶ୍ୱଭ୍ରମଣକୁ ଖୱାଲା ସିଡନୀରେ ଫେବ୍ରୁଆରୀ ୧୩ରେ ସମାପ୍ତ କରିଥିଲେ । ଏହି ବିରଳ ରେକର୍ଡ ହାସଲ କରିବା ପରେ ସେ କହିଥିଲେ, ଦୁବାଇରେ ପ୍ରାୟ ୨୦୦ ଦେଶର ନାଗରିକ ରହୁଛନ୍ତି । ମୁଁ ସେମାନଙ୍କ ଦେଶକୁ ଭ୍ରମଣ କରି ତାଙ୍କ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାକୁ ଚାହିଁଥିଲି ।

ବିଶ୍ୱଭ୍ରମଣ ସମୟରେ ଖୱାଲା ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏପରିକି ଅଧାରୁ ଫେରି ଆସିବାକୁ ଚିନ୍ତା ବି କରିଥିଲେ । ହେଲେ ପରିବାର ଲୋକ ଓ ବନ୍ଧୁମାନେ ତାଙ୍କୁ ଉତ୍ସାହିତ କରିବା ପରେ ସେ ନିଜ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.