Latest Odisha News

BREAKING NEWS

ଶ୍ବେତଗଙ୍ଗା ପୁଷ୍କରିଣୀରେ ଉନ୍ନୟନ କାର୍ଯ୍ୟର ମୋ ଧାମ ମୋ ଗର୍ବ ଟିମର ସମୀକ୍ଷା

ପୁ୍ରୀ: ଶ୍ବେତଗଙ୍ଗା ପୁଷ୍କରିଣୀରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ପାନୀୟ ଜଳ, ସ୍ନାନ ବେଳେ ସୁରକ୍ଷା ପାଇଁ ତାରଜାଲି ବାଡ, ଶୌଚାଳୟ ନିର୍ମାଣ, ଉଭୟ ପାର୍ଶ୍ବରେ ଫାଟକ ନିର୍ମାଣ, ବୁଲା କୁକୁର ନିୟନ୍ତ୍ରଣ, ଐତିହ୍ୟ ସମ୍ପନ୍ନ ପେଣ୍ଟିଂ, ଆଲୋକୀକରଣ ବ୍ୟବସ୍ଥା ପ୍ରାଥମିକ ପର୍ଯ୍ୟାୟରେ କରାଯିବ ।

ପରିସର ମଧ୍ୟରେ ପରିମଳ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବ । ସକାଳ ଓ ଅପରାହ୍ନ ସମୟରେ ପରିମଳ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ । ସକାଳ ଓ ସନ୍ଧ୍ୟାରେ ଭକ୍ତି ସଂଗୀତ ପରିବେଷଣ ଓ ପରିମଳ ସଂପର୍କିତ ସଚେତନତା ପାଇଁ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥାନୀୟ ସାହି ନେତୃବୃନ୍ଦ ଓ କମିଟି ସହ ଆଲୋଚନା କରି ପରିଚାଳନା ସଂପର୍କରେ ମତାମତ ଗ୍ରହଣ କରିଥିଲେ । ଏହି ଟିମରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ନେତୃତ୍ବରେ ଜିଲ୍ଲାପ୍ରଶାସନ, ପୌର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ ଅଧିକାରୀ ମାନେ ସାମିଲ ଥିଲେ ।

ଏହାପରେ ଏହି ଟିମ ଶ୍ବେତ ଗଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟ ବୁଲିଦେଖିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ଓ ଆବଶ୍ୟକତା ସଂପର୍କରେ ପଚାରି ବୁଝିଥିଲେ । ଏହିଟିମ ଗଙ୍ଗାମାତା ମଠ ପରିଭ୍ରମଣ କରି ମହନ୍ତ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ମଠ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ମଠ ପରିସରରେ ଶୌଚାଳୟ ନିର୍ମାଣ କରିବାକୁ ଏହିଟିମ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଟିମରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.