ଭୁବନେଶ୍ବର: ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି।
ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।
ସୂଚନା ଅନୁଯାୟୀ ସେ ଗତ କିଛି ଦିନ ହେବ ନିମୋନିଆରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ଧର୍ମ ପତ୍ନୀ ଓ ଦୁଇ ଝିଅ ଉପସ୍ଥିତ ରହିଥିଲେ।
ସେ ’ମହାଦେବୀ’, ’କଥା କହୁଥିଲେ ସରିବନି’, ’ମା’, ’ସିନ୍ଦୁର’, ’ଲକ୍ଷ୍ମୀ ପୁରାଣ’ ଭଳି ଧାରାବାହିକ ଓ ଅନେକ ଓଡିଆ ଚଳଚ୍ଚିତ୍ରରେ ଜଣେ କଳାକାର ଭାବେ ସେ ଅଭିନୟ କରଥିଲେ।
ତାଙ୍କର ଦେହାନ୍ତ ଖବର ଶୁଣି ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।
Comments are closed.