Latest Odisha News

ଚଳଚ୍ଚିତ୍ର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ମନ୍ଦନା

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦନା କରିମି ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କୋକାକୋଲା’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଫିଲ୍ମର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ଶୋଷଣ କରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସୁଟିଂର ଶେଷ ଦିନରେ ନିର୍ମାତା ତାଙ୍କ ସହ ଅସଦାଚରଣ କରିଥିଲେ। ନିର୍ମାତା ମଧ୍ୟ ମନ୍ଦନାଙ୍କ ଏହି ଅଭିଯୋଗର ଜବାବ ଦେଇଛନ୍ତି। ସେ ଅଭିନେତ୍ରୀଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଅଭିନେତ୍ରୀଙ୍କ ଆଚରଣ ଅନୁପଯୁକ୍ତ ବୋଲି କହିଥିଲେ।

ରିପୋର୍ଟ ଅନୁଯାୟୀ ଏହି ଘଟଣା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ମନ୍ଦନା କହିଛନ୍ତି- ‘ଯାହା ଘଟିଲା ଏବଂ ଯାହା ହେଲା ସେଥିପାଇଁ ମୁଁ ଏବେ ବି ଆଶ୍ଚର୍ଯ୍ୟଚକିତ ଅଛି। ‘କୋକାକୋଲା’ ଫିଲ୍ମରେ ଆମେ ପ୍ରାୟ ଏକ ବର୍ଷ ଧରି କାମ କରୁଛୁ। ଆରମ୍ଭରୁ ମୋତେ ଏହି ଟିମ୍‌ କ୍ରୁଙ୍କ ସହିତ କାମ କରିବାରେ ଅସୁବିଧା ହୋଇଥିଲା। ନିର୍ମାତା ମହେନ୍ଦ୍ର ଧରୀୱାଲ ଜଣେ ବୃଦ୍ଧ ମାନସିକ ବ୍ୟକ୍ତି ଯିଏ ସେଟକୁ ପୁରୁଷ-କୈନ୍ଦ୍ରିକ ଏବଂ ନିଜ ଅହଙ୍କାର ବଳରେ ପରିଚାଳନା କରୁଥିଲେ।

ମନ୍ଦନା କହିଛନ୍ତି ଯେ ସୁଟଂର ଶେଷ ଦୁଇ ଦିନ ପାଇଁ ସେ ଶୀଘ୍ର ସେଟରେ ପହଞ୍ଚିଥିଲେ। ଏଥିସହିତ ନିର୍ମାତା ତାଙ୍କୁ ଆହୁରି ଏକ ଘଣ୍ଟା ରହିବାକୁ କହିଥିଲେ କିନ୍ତୁ ମନ୍ଦନା ମନା କରିଦେଇଥିଲେ। ଏହା ପରେ ନିର୍ମାତା ତାଙ୍କୁ ତାଙ୍କର ଶେଷ କାର୍ଯ୍ୟ ସମାପ୍ତ କରିବା ପରେ ଭ୍ୟାନିଟି ଭ୍ୟାନ୍ ଭିତରକୁ ଯିବାକୁ କହିଥିଲେ। ଯେତେବେଳେ ସେ ଭ୍ୟାନିଟି ଭ୍ୟାନ୍‌ରେ ପ୍ରବେଶ କଲେ, ନିର୍ମାତା ଜୋର୍‌ ଜବରଦସ୍ତ ଅଭିନେତ୍ରୀଙ୍କ ଭ୍ୟାନ୍ ଭିତରକୁ ଆସି ତାଙ୍କ ଉପରେ ଚିତ୍କାର କରିବାକୁ ଲାଗିଲେ। ସୌଭାଗ୍ୟବଶତ ସେଠାରେ ଥିବା କିଛି ଲୋକ ନିର୍ମାତାଙ୍କୁ ବାହାରକୁ ନେଇଆସିଥିଲେ।

Leave A Reply

Your email address will not be published.