Latest Odisha News

BREAKING NEWS

ମନ୍ଦିର ପରିସରରୁ ଉଦ୍ଧାର ହେଲା ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ

ଭୁବନେଶ୍ୱର: ୟୁନିଟ ୨ ସ୍ଥିତ ମାର୍କେଟ ବିଲଡିଂ ଅଞ୍ଚଳର ଏକ ମନ୍ଦିର ପରିସରରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବଡ଼ଗଡ ପୋଲିସ ଥାନା ଅନ୍ତର୍ଗତ ଗଡ଼ଚିକିଲି ଅଞ୍ଚଳର ବାସିନ୍ଦା ପୁନିଆ ପ୍ରଧାନ (୨୬) ବୋଲି ଜଣାପଡିଛି।

ମାର୍କେଟ ବିଲଡିଂରେ ତାଙ୍କର ଏକ ପାନ ଦୋକାନ ଥିଲା ଏବଂ ଭୁବନେଶ୍ୱରରେ ସେ ଏକୁଟିଆ ରହୁଥିବା ସୂତ୍ରରୁ ପ୍ରକାଶ। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିବାବେଳେ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ପୋଲିସ ଅନୁସନ୍ଧାନ କରୁଥିବା ସୂତ୍ରରୁ ପ୍ରକାଶ।

Comments are closed.