Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭାରତର କେଉଁ ଗ୍ରାମରେ ପ୍ରତି ଘରେ ସାପ ନିର୍ଭୟରେ ବିଚରଣ କରେ !

ଶେତଫାଲ: ଭାରତରେ ଏପରି ଗ୍ରାମ ଅଛି ଯାହାର ସ୍ୱତନ୍ତ୍ର ଚଳଣି ଆମକୁ ଚକିତ କରି ପକାଏ । ସେହି ଭଳି ଏକ ଗ୍ରାମ ହେଲା ମହାରାଷ୍ଟ୍ରର ଶେତଫାଲ । ୨୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ରହୁଥିବା ଏହି ଗ୍ରାମରେ ସାପଙ୍କୁ ବିଶେଷ କରି ନାଗସାପକୁ ସ୍ଥାନୀୟ ବାସିନ୍ଦା ବହୁତ ଭକ୍ତି କରିଥାନ୍ତି । ପ୍ରତ୍ୟେକ ପରିବାରରେ ସାପ ରହିବା ପାଇଁ ବ୍ୟବସ୍ଥା କରାଯାଇଥାଏ । ଘରର ଭାଡିରେ ସେମାନେ ନିର୍ଭୟରେ ରହିଥାନ୍ତି । ଘର ଲୋକ କାମ କରୁଥିବା ବେଳେ ସାପ ଯିବା ଆସିବା କରିଥାଏ । ଏଥିରେ କେହି ଭୟଭୀତ ହୋଇ ନ ଥାନ୍ତି ।

ସବୁଠାରୁ ବଡ କଥା ଏହି ଗ୍ରାମରେ ସର୍ପ ଦଂଶନରେ ପ୍ରାୟତଃ କେହି ମୃତ୍ୟୁବରଣ କରି ନାହାନ୍ତି । ଛୋଟପିଲାମାନେ ମଧ୍ୟ ସାପଙ୍କ ସହ ନିର୍ଭୟରେ ଖେଳିଥାନ୍ତି । ପ୍ରତ୍ୟେକ ଦିନ ସାପଙ୍କୁ ପୂଜା କରାଯାଇଥାଏ ଓ ଖାଇବାକୁ କ୍ଷୀର, ଅଣ୍ଡା ଦିଆଯାଇଥାଏ ।

Leave A Reply

Your email address will not be published.