Latest Odisha News

BREAKING NEWS

ଭୂମି ପେଡନକରଙ୍କ ଦୁର୍ଗାବତୀ ଫିଲ୍ମର ନାମ ବଦଳିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୂମି ପେଡନକରଙ୍କ ଅଭିନୀତ ଦୁର୍ଗାବତୀ ଫିଲ୍ମର ନାମ ବଦଳାଯାଇଛି । ଏବେ ଏହାର ନାମ ଦୁର୍ଗାମତୀ ଦି ମିଥ ରଖାଯାଇଛି । ଆସନ୍ତା ମାସରେ ଫିଲ୍ମ ରିଲିଜ ହେବ । ଏହା ତେଲୁଗୁ ସୁପରହିଟ ଫିଲ୍ମ ଭାଗମତୀର ରିମେକ । ଭୂମି ସୋସିଆଲ ସାଇଟରେ ଏହି ପୋଷ୍ଟର ଶେୟାର କରିବା ସହ ଲେଖିଛନ୍ତ ଆ ରହା ହେ ଦୁର୍ଗାମତୀ ।

ଫିଲ୍ମରେ ସେ ପ୍ରତିଶୋଧ ନେବା ନାରୀ ଭୂମିକାରେ ଅଭିନୟ କରୁଛନ୍ତି । ଭୂମିଙ୍କ ବ୍ୟତୀତ ଅରସାଦ ୱାରସୀ, ମାହୀ ଗିଲ, ଜିଶୁ ସେନଗୁପ୍ତା ଓ କରଣ କାପାଡିଆ ଅଭିନୟ କରୁଛନ୍ତି । ଫିଲ୍ମଟିକୁ ଅକ୍ଷୟ କୁମାର ଓ ଭୂଷଣ କୁମାର ପ୍ରଡ୍ୟୁସ କରୁଛନ୍ତି । ୧୧ ଡିସେମ୍ବରରେ ଏହା ଏମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

Comments are closed.