Latest Odisha News

BREAKING NEWS

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ନିଭାର’, କାଲି କରିବ ହିଟ୍

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଡିପ ଡିପ୍ରେସନ୍ ନେଇଛି ସାମୁଦ୍ରିକ ଝଡ଼ ‘ନିଭାର’ର ରୂପ ନେଇଛି । ଆଗକୁ ଅଧିକ ଘନୀଭୂତ ହେବ । ସାଇକ୍ଲୋନିକ ଷ୍ଟର୍ମ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହୋଇଛି । ଆଗାମୀ ୧୨ ଘଣ୍ଟାରେ ସିଭଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ ନିଭାର୍ ।

ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର ବେଗରେ ଆଗକୁ ବଢୁଛି ନିଭାର୍ । ଆସନ୍ତାକାଲି ସନ୍ଧ୍ୟାରେ ସାଇକ୍ଲୋନିକ୍ ଷ୍ଟର୍ମ ନିଭାର୍ ପୁଡୁଚେରିର କରାଇକେଲରୁ ତାମିଲନାଡୁର ମାମଲାପୁରମ୍‌ ମଧ୍ୟରେ ସ୍ଥଳଭାଗ ଛୁଇଁବ । ବର୍ତ୍ତମାନ ଏହା ଚେନ୍ନାଇଠାରୁ ୪୭୦ ଓ ପୁଡୁଚେରିରୁ ୪୪୦ କିଲୋମିଟର୍ ଦୂରରେ ରହିଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି । ନିଭାର ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ ଓ ଏହା ବଢ଼ି ୧୨୦ ଛୁଇଁପାରେ । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାରେ ବେଶୀ କିଛି ପ୍ରଭାବ ପଡୁନଥିଲେ ବି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତାକାଲି ଏବଂ ତାପରଦିନ ଦୁଇ ଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.