Latest Odisha News

BREAKING NEWS

ମରୁଭୂମିରେ ଠାବ ହେଲା ରହସ୍ୟମୟ ଧାତୁ ଖମ୍ବ !

ଭୁବନେଶ୍ୱର: ବର୍ଷ ୨୦୨୦ର ଅପ୍ରତ୍ୟଶିତ ଯାତ୍ରା ଏବେ ବି ଜାରି ରହିଛି । କରୋନା ମହାମାରୀ ପରେ ବି ଅନେକ ରହସ୍ୟମୟ ରୋଗ ବିଶ୍ୱରେ ଦେଖାଦେଇଛି । ହେଲେ ଏଠି ଆମେ କେଉଁ ରୋଗ ବିଷୟରେ ନୁହେଁ ବରଂ ଏକ ଧାତୁ ଖମ୍ବ ବିଷୟରେ ଚର୍ଚ୍ଚା କରୁଛୁ । ଜାଣି ଆଶ୍ଚର୍ଯ୍ୟ ହେବେ ମରୁଭୂମିରେ ଏକ ବିରାଟକାୟ ଧାତୁ ଖମ୍ବକୁ ନେଇ ଦ୍ୱନ୍ଦରେ ପଡିଛି ଆମେରିକା ସରକାର ।

ଆମେରିକାର ୟୁତାହ ସହରର ମଝାମଝିରେ ଥିବା ଏକ ମରୁଭୂମିରେ ଠାବ ହୋଇଛି ଏକ ଧାତୁ ଖମ୍ବ । ସେହି ଖମ୍ବର ଉଚ୍ଚତା ୧୦ରୁ ୧୨ ଫୁଟ୍ ରହିଥିବାବେଳେ ଘଂଚ ପାହାଡ ମଝିରେ ସଳଖ ହୋଇ ଛିଡା ହୋଇଛି । ସୋସିଆଲ୍ ମିଡିଆରେ ଏହି ଖମ୍ବର ଫଟୋ ଭାଇରାଲ୍ ହୋଇଥିଲାବେଳେ ଏହାର ଉପସ୍ଥିତିକୁ ନେଇ ଉଙ୍କି ମାରିଛି ଅନେକ ପ୍ରଶ୍ନ ।

ରିପୋର୍ଟ ଅନୁଯାୟୀ ବୁଧବାର ୟୁତାହର କିଛି ଜୀବବିଜ୍ଞାନୀ ହେଲିକପ୍ଟରରେ ଉଡି ବଡ ସିଂଘ ଥିବା ମେଣ୍ଢାମାନଙ୍କର ଗଣନା କରୁଥିଲେ । ସେହି ସମୟରେ ଭୂପୃଷ୍ଠରେ ଏକ ଚମକଦାର ଦ୍ରବ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସନ୍ଦେହ ହେବାରୁ ସେମାନେ ହେଲିକପ୍ଟର ବୁଲାଇ ପୁନଃ ସେହି ସ୍ଥାନ ଉପରେ ଦେଇ ଉଡିଥିଲେ । ତେବେ ପାଖକୁ ଯାଇ ନିରେକ୍ଷୀ ଦେଖିବା ପରେ ମାଟିି ଉପରେ ଏକ ସିଲଭରର ଧାତୁ ଖମ୍ବ ତାଙ୍କ ନଜରକୁ ଆସିଥିଲା ।

ଛାନ୍‌ଭିନ୍ କରିବା ପରେ ସେହି ଖମ୍ବଟିକୁ ଉପରକୁ ପକାଯାଇଥିବା ନେଇ କୌଣସି ପ୍ରମାଣ ମିଳିନଥିଲା । ବରଂ ବେଶ ସାବଧାନତାର ସହ ଖମ୍ବଟିକୁ ମାଟିରେ ସଳଖ କର କେହି ଛିଡା କରିଥିବା ଅନୁମାନ କରାଯାଇଥିଲା ।

ତେବେ ସେହି ଖମ୍ବଟି ମରୁଭୂମିକୁ କିପରି ଆସିଲା, ତାହାର ଉତ୍ତର ଏ ଯାବତ କାହାରି ପାଖରେ ନାହିଁ । ଏ ନେଇ ସୋସିଆଲ୍ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଥିବାବେଳେ ମରୁଭୂମିରେ ଏଭଳି ଖମ୍ବ ରଖିବା ବେଆଇନ ବୋଲି ସ୍ଥାନୀୟ ସରକାର କହିଛନ୍ତି ।

Leave A Reply

Your email address will not be published.