Latest Odisha News

BREAKING NEWS

ରାଜ୍ୟରେ କରୋନା ଡେଥ୍ କେସ: ୧୭ଶହ ପାର କଲା, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ପ୍ରାଣଘାତୀ କରୋନା ପ୍ରତିଦିନ ଜୀବନ ନେଉଛି । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ପ୍ରତିଦିନ ୧୫ରୁ ଅଧିକ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୭ ଆକ୍ରାନ୍ତ ଆଖି ବୁଜିଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ଗତ ୨୪ ଘଣ୍ଟାରେ ପୁରୀ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁସଂଖ୍ୟାରେ ଲାଗି ପାରୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ସର୍ବାଧିକ ୫ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ସେହିପରି ପୁରୀ ଜିଲ୍ଲାରେ ବି ବଢୁଛି ମୃତ୍ୟୁସଂଖ୍ୟା । ଦିନକରେ ପୁରୀରେ ଆଉ ୪ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରରେ କରୋନା ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ଜୀବନ ନେଇଛି ।

ଏମାନଙ୍କ ବ୍ୟତୀତ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମହାମାରୀରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ହଜାର ୭୦୪କୁ ବୃଦ୍ଧି ପାଇଛି ।

Comments are closed.