ଭୁବନେଶ୍ୱର: ବିଧାନସଭା ସମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମହୁତି ଘଟଣାର ୭୨ ଘଣ୍ଟା ପରେ ପୁନଶ୍ଚ ଆଜି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। କଟକ ଆଠଗଡ଼ ବ୍ଲକର ତିନିଜଣ କୃଷକ ଶୁକ୍ରବାର ଦିନ ଓଡିଶା ବିଧାନସଭା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଧରି ନେଇଥିଲେ।
ସୂଚନାନୁସାରେ, ଏହି ଚାଷୀ ମାନେ ଆଠଗଡ କୋ-ଅପରେଟିଭ୍ ବ୍ୟାଙ୍କର ଋଣ ଠକେଇକୁ ବିରୋଧ କରି ଏପରି କରିଥିବା ଜଣାପଡ଼ିଛି। ଏହି ତିନି ଜଣ ଅଭିଯୋଗ କରିଛନ୍ତି ଯେ, କିଛି ଦୁର୍ବୁତ୍ତ ସେମାନଙ୍କ ନାମରେ ଠକାମି କରି ସମବାୟ ବ୍ୟାଙ୍କରୁ ଋଣ ନେଇଛନ୍ତି।
ବର୍ତ୍ତମାନ ସେମାନଙ୍କୁ ଏହି ଋଣ ପରିଶୋଧ କରିବାକୁ ବାଧ୍ୟ କରାଯାଉଛି । ସଂପୃକ୍ତ ଅଧିକାରୀଙ୍କ ସମ୍ମୁଖରେ ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ସେମାନେ ଏହିଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିବା ସେମାନେ କହିଛନ୍ତି।
Comments are closed.