Latest Odisha News

BREAKING NEWS

‘ଜବାବ ମାଗୁଛି ଓଡ଼ିଶା’, ରାଜ୍ୟ ଲାଗି ଆର୍ଥୀକ ସ୍ୱାତନ୍ତ୍ର‌୍ୟତାର ଦାବି ରଖିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କେନ୍ଦ୍ରଠାରୁ ଆର୍ଥୀକ ସ୍ୱାତନ୍ତ୍ର‌୍ୟତା ମିଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

“ଆମେ କେନ୍ଦ୍ରଠାରୁ ନା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗୁଛୁ ନା କେନ୍ଦ୍ରୀୟ ସହାୟତା । ଓଡ଼ିଶାର ବିକାଶ ଓଡ଼ିଶାର ଜନସାଧାରଣଙ୍କ ଅର୍ଥରେ ହିଁ ହୋଇପାରିବ । ଆମକୁ ଆର୍ଥୀକ ସ୍ୱାତନ୍ତ୍ର‌୍ୟତା ଦିଅ,”ବୋଲି କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।

ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକ ନିମ୍ନଲିଖିତ ୯ଟି ପ୍ରଶ୍ନ ପଚାରିବା ସହିତ ଏହାର ସ୍ପଷ୍ଟିକରଣ ମାଗିଛନ୍ତି ।

– ଓଡ଼ିିଶାର ସମସ୍ତ ରାଜପଥ ଗୁଡ଼ିକର ସ୍ଥିତି ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି । ଏହାପ୍ରତି କେନ୍ଦ୍ର କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।
– ଓଡ଼ିଶା ସରକାର ପୂର୍ବରୁ ରାଜ୍ୟରେ ଉତ୍ତମ ବିଏସଏନଏଲ ସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏବେ ନେଟୱର୍କ ସେବା ଏପରି ଖରାପ ଅବସ୍ଥାରେ ରହିଛି, ଲୋକମାନଙ୍କୁ ଗୋଟିଏ ଫୋନ କଲ୍ ଲାଗି ଘର ବା ଗଛ ଉପରକୁ ଚଢିବାକୁ ପଡୁଛି । ଲାଗୁଛି ମୋବାଇଲ ବ୍ୟବହାରକାରୀ ମାନଙ୍କୁ ଭଲ ଗଛ ଚଢିବା ଶିଖିବାକୁ ପଡ଼ିବ ।
– ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ପ୍ରକଳ୍ପ ଏବେ ଇତିହାସ ସୃଷ୍ଟି କରିବାର ଅପେକ୍ଷାରେ । କେବଳ ଏହି ରେଳ ପରିଯୋଜନାକୁ ସମ୍ପୂର୍ଣ୍ଣ କରିବାର ବାକି ରହିଛି । ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ଲାଗି ମାଗଣାରେ ଜମି ଯୋଗାଇଦେବା ସହିତ ଏହି ପ୍ରକଳ୍ପରେ ହେବାକୁ ଥିବା ବ୍ୟୟର ଅଧା ଅଂଶ ପ୍ରଦାନ ମଧ୍ୟ କରିଛନ୍ତି ।
– କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଅଭିଯାନ ଓଡ଼ିଶାର ଜନସାଧାରଣଙ୍କ ଆର୍ଥୀକ ବ୍ୟବସ୍ଥା ତଥା ଜୀବନଯାପନ ପ୍ରଣାଳୀରେ ଅତ୍ୟନ୍ତ ଦୟନୀୟ ଭାବେ ପ୍ରଭାବିତ କରିଛି । ଏହାଛଡ଼ା, ଗ୍ରାମୀଣ କ୍ଷେତ୍ରରେ ଉଚିତ ବ୍ୟାଙ୍କ ସେବାରୁ ଜନସାଧାରଣ ବଞ୍ଚିତ ହେଉଛନ୍ତି ।
– ରାଜ୍ୟର କୃଷକମାନେ କୃଷି ଋଣରୁ ବଞ୍ଚିତ ହେବା ସ୍ଥଳେ ଘରୋଇ ବୀମା କମ୍ପାନୀମାନେ ପ୍ରଚୁର ଲାଭ ଉଠାଉଛନ୍ତି ।
– ଗତ ୨ ବର୍ଷ ହେଲାଣି ଏସଟି/ଏସସି ମ୍ୟାଟ୍ରିକ ପରବର୍ତ୍ତୀ ଛାତ୍ର ବୃତ୍ତି କେନ୍ଦ୍ର ଦ୍ୱାରା କଟାଯାଇଛି ।
– କେନ୍ଦ୍ରର ବହୁ ପ୍ରତୀକ୍ଷିତ ଉଜ୍ଜଳା ଯୋଜନା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି କାରଣ ଉଚ୍ଚଦର ଯୋଗୁଁ ହିତାଧିକାରୀମାନେ ଏହାର ରିଫିଲିଂ କରିବାକୁ ସକ୍ଷମ ହୋଇପାରୁନାହାନ୍ତି ।
– କେନ୍ଦ୍ର ସରକାରଙ୍କ ପରିଚାଳିତ ମହାନଦୀ କୋଲ ଫିଲ୍ଡସ (ଏମସିଏଲ)ର ବାର୍ଷିକ କାରବାର ୨୦,୦୦୦ କୋଟି ଟଙ୍କା ମାତ୍ର ପ୍ରତିବଦଳରେ ରାଜ୍ୟକୁ ଏହା କେବଳ ପ୍ରଦୁଷଣ ଦେଉଛି ।
– ଭାରତୀୟ ରେଳ ବିଭାଗର ଓଡିଶାରେ ବାର୍ଷିକ ରାଜସ୍ୱ କାରବାର ୨୦,୦୦୦ କୋଟି ଟଙ୍କା, ମାତ୍ର ଓଡ଼ିଶା ଲାଗି ରାଜସ୍ୱ ଭାଗିଦାରୀ କେବଳ ୨,୦୦୦ କୋଟି ଟଙ୍କା ।

କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ଦିନିକିଆ ଓଡ଼ିଶା ଗସ୍ତ ସମୟରେ ଶାସକ ବିଜେଡ଼ି ସରକାର ଉଦ୍ଦେଶ୍ୟରେ ଅନେକ ପ୍ରଶ୍ନ ରଖିଥିଲେ, ଏପରିକି ବିଜେପିର ଯୁବ ମୋର୍ଚ୍ଚା ବୁଧବାର ଦିନ ‘ଜବାବ ମାଗୁଛି ଓଡ଼ିଶା’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ)ର ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି, ରାଜ୍ୟ ସରକାରଙ୍କ ବିଫଳତା ଏବଂ ବିଜେଡ଼ି ଦ୍ୱାରା ବିଜ୍ଞାପନ ମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ପ୍ରଚାରକୁ ଏହି ଅଭିଯାନ ମାଧ୍ୟମରେ ଅବଗତ କରାଯିବ ବୋଲି କହିଛନ୍ତି । ଯାହାଦ୍ୱାରା କି ଲୋକଙ୍କର ସମସ୍ୟା ତଥା ଦାବି ସମ୍ପର୍କରେ ଉତ୍ତର ମିଳିପାରିବ ।

Leave A Reply

Your email address will not be published.