Latest Odisha News

BREAKING NEWS

୫ ଡିଗ୍ରୀ ତଳକୁ ଖସୁଛି ପାରଦ, ଜାନୁଆରୀ ୨ ଯାଏଁ ଓଡିଶାରେ ଶୀତ ଲହରୀ

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଜାନୁଆରୀ ୨ ଯାଏଁ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ବୁଡଧବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ଦେଶର ପୂର୍ବାଞ୍ଚଳରେ ତଥା ହିମାଳୟର ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ତଥା ହିମ ପ୍ରବାହ ହେବା ଯୋଗୁଁ ଓଡିଶାରେ ଶୀତ ଲହରୀ ଜାରି ରହିଛି । ତେଣୁ ଓଡିଶାରେ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ଜାରି ରହିବ ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁଙ୍କ ସୂଚନାନୁଯାୟୀ ଓଡିଶା ଉପକୂଳରେ ‘ଘୂର୍ଣ୍ଣିଝଡ ପିଥାଇ’ ପ୍ରଭାବ ଯୋଗୁଁ ରାଜ୍ୟରେ ଉତ୍ତର-ପଶ୍ଚିମ ଅଭିମୁଖେ ପବନ ପ୍ରବାହିତ ଜାରି ରହିଛି । “‘ଘୂର୍ଣ୍ଣିଝଡ ପିଥାଇ’ ଓଡିଶାର ସ୍ଥଳଭାଗ ଛୁଇଁବା କ୍ଷଣି ରାଜ୍ୟରେ ପ୍ରବାହିତ ଉତ୍ତର-ପଶ୍ଚିମା ମୁଖି ପବନ ପ୍ରବାହିତ ହୋଇଛି । ତେଣୁ ଏହାର ପ୍ରଭାବରେ ରାଜ୍ୟର ସ୍ଥଳଭାଗରେ ଥଣ୍ଡା ଅନୁଭୂତ ହେଉଛି” ବୋଲି ସେ କହିଛନ୍ତି ।

ତେବେ ଯାହାବି ହେଉ ଏହି ଶୀତ ପ୍ରକୋପ ଓଡିଶାରେ ଆସ୍ତା ଜାନୁଆରୀ ୨ତାରିଖ ଯାଏଁ ରହିବା ନେଇ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଇତି ମଧ୍ୟରେ ରାଜ୍ୟରେ ହିମ ପ୍ରଭାବ ଯୋଗୁଁ ରାତିର ତାପମାତ୍ରା ଟଥେଷ୍ଟ ହ୍ରାସ ପାଇବାରେ ଲାଗିଛି ।

ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ରାଜ୍ୟର ୭ଟି ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି – ଫୁଲବାଣୀ(୬), ସୋନପୁର (୯.୮), ସୁନ୍ଦରଗଡ (୯), ସମ୍ବଲପୁର (୯.୯), କେନ୍ଦୁଝର (୯.୧), ଝାରସୁଗୁଡା (୯.୧) ଏବଂ ଅନୁଗୁଳ (୮.୬) ।

ଓଡିଶାର କଟକ ଓ ଭୁବନେଶ୍ୱର ତାପମାତ୍ରା ଯଥାକ୍ରମେ ୧୧.୮ ଓ ୧୨.୪ ରହିଥିବା ରେକର୍ଡ କରାଯାଇଛି ।

Leave A Reply

Your email address will not be published.