Latest Odisha News

BREAKING NEWS

ଚାଷୀଙ୍କ ବିରୋଧରେ ଏତଲାକୁ ରାହୁଲଙ୍କ ନିନ୍ଦା, କହିଲେ ଆମ ପାଇଁ ଜୟ କିଷାନ ଥିଲେ ରହିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ଏବେ ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ହରିୟାଣାରେ କୃଷକଙ୍କୁ ଅଟକାଇବା ପାଇଁ ଉଦ୍ୟମ କରାଯାଇଥିଲା । ଅନେକ କୃଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ନିନ୍ଦା କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ଆମ ପାଇଁ ଜୟ କିଷାନ ଥିଲା ରହିବ ମଧ୍ୟ । ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କରିବା ଅପରାଧ ନୁହଁ, କର୍ତ୍ତବ୍ୟ । ମୋଦି ସରକାର ଚାଷୀଙ୍କ ବିରୋଧରେ ଏତଲା ଦାୟର କରି ଚାଷୀଙ୍କ ମୂଳ ଉଦ୍ଦେଶ୍ୟକୁ ଭାଙ୍ଗି ପାରିବ ନାହିଁ । କଳା କୃଷି ଆଇନ ବାତିଲ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି କୃଷକଙ୍କ ଧାରଣା ଓ ବିକ୍ଷୋଭ ଜାରି ରହିଛି । ସିଙ୍ଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ । ଅନ୍ୟ କେଉଁଠି ଆନ୍ଦୋଳନ କରିବେ ନାହିଁ ବୋଲି ରାସ୍ତା ଉପରେ ଚାଷୀମାନେ ଏକାଠି ହୋଇ ନିଷ୍ପତ୍ତି ନେଇଛନ୍ତି । ସିଙ୍ଘୁ ସୀମାରେ ବିକ୍ଷୋଭ ଯୋଗୁ ରାସ୍ତା ବନ୍ଦ ରହିଛି । ଦିଲ୍ଲୀ ପୋଲିସ ଆଡଭାଇଜରୀ ଜାରି କରି କହିଛି ସିଙ୍ଘୁ ସୀମା ଏବେ ଦୁଇ ପଟୁ ବନ୍ଦ ଅଛି । ଯିବା ଆସିବା ପାଇଁ ଅନ୍ୟ ବିକଳ୍ପ ବାଛନ୍ତୁ ।

Leave A Reply

Your email address will not be published.