Latest Odisha News

BREAKING NEWS

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ ।

ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୫୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶା ସମେତ ଦେଶର ପ୍ରାୟ ୨୫ଟି ରାଜ୍ୟ ଏହି ଜାତୀୟସ୍ତରର କ୍ରାଫ୍ଟସ ମେଳାରେ ପ୍ରତିନିଧିତ୍ୱ କରୁଥିବାର ସୂଚନା ମିଳିଛି । ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ଦ୍ୱାରା ପ୍ରାୟୋଜିତ ୫୦ ଜଣ ବୁଣାକାର ଅଂଶଗ୍ରହଣ କରିବେ । ଓଡ଼ିଶାରୁ ୨୩୦ ଜଣ ବୁଣାକାର ଏବଂ କାରିଗର ଅଂଶଗ୍ରହଣ କରିବେ ।

ଚଳିତବର୍ଷ ତନ୍ତୁକୃତି ପରିକଳ୍ପନା ଆଧାରରେ ଥିମ ପ୍ୟାଭିଲିୟନରେ ସମଗ୍ର ମେଳା ପରିସରକୁ ସାଜସଜ୍ଜା କରାଯିବାର ଯୋଜନା ରହିଛି ।

ରାଜ୍ୟର ଏହି ବୃହତ୍ତମ ହସ୍ତଶିଳ୍ପ ମେଳାର ଆୟୋଜନ ପାଇଁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ମେଳାରେ ସମୁଦାୟ ୩୮୦ଟି ଷ୍ଟଲ ଖୋଲାଯାଉଛି । ସେଥିମଧ୍ୟରେ ୨୦୦ଟି ହସ୍ତଶିଳ୍ପ, ୧୩୦ଟି ହସ୍ତତନ୍ତ, ୩୦ଟି ଫୁଡକୋର୍ଟ ଷ୍ଟଲ, ଏନଆଇଏଫଟି, ଆଇଆଇଟି ଚୌଦ୍ୱାର, ଆଇଆଇଏଚଟି ବରଗଡ଼, ସିଡ଼ାକ ସମେତ ୧୨ଟି ଶିକ୍ଷାନୁଷ୍ଠାନ ଷ୍ଟଲ, ହସ୍ତତନ୍ତ ବିଭାଗ, ବୟନ ଏବଂ ହସ୍ତଶିଳ୍ପ ବିଭାଗ, ପର୍ଯ୍ୟଟନ ତଥା ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ହସ୍ତତନ୍ତ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଅନୁଷ୍ଠାନମାନେ ଏହି ମେଳାରେ ଭାଗ ନେଉଛନ୍ତି ।

Leave A Reply

Your email address will not be published.