Latest Odisha News

BREAKING NEWS

ସ୍କୁଲ ଆଡମିସନ ଲାଗି ଆଧାର କାର୍ଡ ମାଗିବା କୋର୍ଟ ପ୍ରତି ଅବମାନନା: ୟୁଆଇଡିଏଆଇ

ନୂଆଦିଲ୍ଲୀ : ଏବେ ନର୍ସରୀ ସହିତ ଉଚ୍ଚ ଶ୍ରେଣୀରେ ଆଡମିସନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଆଧାର ପ୍ରାଧିକରଣ କର୍ତ୍ତୃପକ୍ଷ ସ୍ପଷ୍ଟ କରି କହିଛନ୍ତି ୧୨ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ ଚିହ୍ନଟ ଲାଗି ସ୍କୁଲ ଗୁଡିକ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଦ୍ୱାରା ଅଦାଲତର ଅବମାନନା ହେଉଛି ।

ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସେପ୍ଟମ୍ବର ୨୬ ତରିଖରେ ସ୍କୁଲ ମାନଙ୍କୁ ଆଧାର ସମ୍ବନ୍ଧୀୟ ଚେତାବନୀ ପ୍ରଦାନ କରିଥିଲେ । ଆଧାର ନମ୍ବରର ସାମ୍ବିଧାନୀକ ବୈଧତା ରହିଛି ବୋଲି ଉଲ୍ଲେଖ କରିଥିଲେ ।

ତେଣୁ ସୁପ୍ରିମକୋର୍ଟଙ୍କ ଏହି ଶୁଣାଣୀ ପରେ ତଥା ନିର୍ଦ୍ଦେଶକ୍ରମେ ଓଡିଶା ସମେତ ଅଧିକାଂଶ ରାଜ୍ୟ ସ୍କୁଲ ଆଡମିସନ ସମୟରେ ଆଧାରକାର୍ଡକୁ ବାଧ୍ୟତାମୂଳକ ଭାବେ ଗ୍ରହଣ କରିଥିଲେ । ତେବେ ଆଜି ଭାରତୀୟ ଆଧାର ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ସ୍ପଷ୍ଟିକରଣ ମିଳିବା ପରେ ସ୍କୁଲମାନଙ୍କରେ ଆଡମିସନ କରିବା ପାଇଁ ନର୍ସରୀ ତଥା ଉଚ୍ଚ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ତ୍ରାହି ମିଳିଛି ।

ପିଟିଆଇ ଗଣମାଧ୍ୟମରେ ପ୍ରକାଶ କରି ଏହି ଆଧାର ପ୍ରାଧିକରଣ ସିଇଓ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି “ ପିଲାମାନଙ୍କର ସ୍କୁଲ ଆଡମିସନ ତଥା ଅନ୍ୟାନ୍ୟ ସୁବିଧା ନେଇ ଆଧାରକାର୍ଡ ଜରୁରୀ ନୁହେଁ ” ।

ଓଡିଶା ସରକାର ପୂର୍ବରୁ ଆଧାର ବାଧ୍ୟତାମୂଳକ ବୋଲି ପଦକ୍ଷେପ ଗ୍ରହଣ କରିଥିଲେ । ତେବେ କିଛି ରିପୋର୍ଟର ସୂଚନାନୁଯାୟୀ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷ ତଥା ଛାତ୍ରଛାତୀଙ୍କୁ ଆଧାର ନମ୍ବର ଜରୁରୀ ଓ ବାଧ୍ୟତାମୂଳକ ବୋଲି ଚେତାବନୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.