Latest Odisha News

ମରୁଡ଼ି ପରିସ୍ଥିତି ନେଇ ରାଜ୍ୟ ସରକାର କୌଣସି ସୂଚନା ଦେଇନାହାନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କୌଣସି ସୂଚନା ପ୍ରଦାନ କରିନାହାନ୍ତି ବୋଲି ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ।

ରାଜ୍ୟସଭାରେ ବିଜେଡ଼ି ସଦସ୍ୟ ଅନୁଭବ ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମରୁଡ଼ି ପରିସ୍ଥିତି ନିରୀକ୍ଷଣ କରିବାକୁ କେନ୍ଦ୍ରୀୟ ଦଳ ୬ଟି ରାଜ୍ୟ ପରିଦର୍ଶନ କରିଛନ୍ତି । ପରବର୍ତ୍ତୀ ସମୟରେ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି କେନ୍ଦ୍ରୀୟ ଦଳ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷୟକ୍ଷତିର ରିପୋର୍ଟ ଅନୁଯାୟୀ ଏହି ସବୁ ରାଜ୍ୟକୁ କ୍ଷତିପୂରଣ ପ୍ରଦାନ କରିବାକୁ ଅର୍ଥ ମଞ୍ଜୁର କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର କେତେକ ଅଞ୍ଚଳକୁ ମରୁଡ଼ି ପ୍ରପୀଡ଼ିତ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । କିନ୍ତୁ ଏସମ୍ପର୍କୀୟ କୌଣସି ସ୍ମାରକପତ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇନାହିଁ ।

Leave A Reply

Your email address will not be published.