Latest Odisha News

BREAKING NEWS

କରୋନା ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟରତ ୩ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କୋଭିଡ-୧୯ ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।

ଏହି ଦଳଗୁଡ଼ିକ ମଧ୍ୟରେ ରହିଛି ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍ ଲାବୋରୋଟୋରିଜ୍ ।

କୋଭିଡ-୧୯ର ମୁକାବିଲା କରିବା ଲାଗି ପ୍ରତିଷେଧ ଟୀକା ବିକାଶ ସକାଶେ କାର୍ଯ୍ୟ କରିବା ନିମନ୍ତେ ଏହି କମ୍ପାନୀଗୁଡ଼ିକର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ନିୟାମକ ପ୍ରକ୍ରିୟା ଏବଂ ତତସଂକ୍ରାନ୍ତ ପ୍ରସଙ୍ଗରେ ପରାମର୍ଶ ଓ ବିଚାର ବ୍ୟକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଏହି କମ୍ପାନୀଗୁଡ଼ିକୁ ଆହ୍ୱାନ କରିଛନ୍ତି । ଟୀକା ବିତରଣ ସହିତ ଜଡ଼ିତ ଲଜିଷ୍ଟିକ୍ସ, ପରିବହନ, କୋଲ୍ଡ ଚେନ ଆଦି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଯେଉଁସବୁ ଟୀକା ବିଷୟରେ ଆଲୋଚନା କରାଯାଇଥିଲା ସେସବୁ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି ଏବଂ ବିସ୍ତୃତ ତଥ୍ୟ ଓ ପରିଣାମ ଆସନ୍ତାବର୍ଷ ପ୍ରାରମ୍ଭ ପରଠାରୁ ଆସିବା ନେଇ ଆଶା କରାଯାଉଛି ।

ଟୀକା ଉତ୍ପାଦନକାରୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ସେମାନଙ୍କ ସମସ୍ତ ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଫଳରେ ଏସବୁ କମ୍ପାନୀଗୁଡ଼ିକର ପ୍ରୟାସ ଫଳପ୍ରଦ ହୋଇପାରିବ ଏବଂ ଦେଶ ତଥା ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ ହୋଇପାରିବ ।

Leave A Reply

Your email address will not be published.