ଭୁବନେଶ୍ୱର: ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ମେଡିକାଲ କଲେଜ । କୋଭିଡ୍ କଟକଣା ସହ ମେଡିକାଲ କଲେଜଗୁଡ଼ିକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । କରୋନା ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସମସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାନିଟାଇଜର୍ ବ୍ୟବହାର ସହ ସାମାଜିକ ଦୂରତାକୁ ମାନି କଲେଜ ଖୋଲିବ । ରାଜ୍ୟ ଓ କେନ୍ଦ୍ର ସରକାର ଜାରି କରିଥିବା କୋଭିଡ ଗାଇଡଲାଇନ୍ ସମସ୍ତେ ପାଳନ କରିବେ । କରୋନା ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ଦୀର୍ଘ ମାସ ହେଲା ବନ୍ଦ ରହିଛି । ଫଳରେ ଏକ ପ୍ରକାର ଠପ୍ ହୋଇଛି ପିଲାଙ୍କ ପାଠପଢ଼ା ।
Comments are closed.