Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଅନୁଷ୍କାଙ୍କ ଶୀର୍ଷାସନ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା ଶର୍ମା ହେଡଷ୍ଟାଣ୍ଡ ଅର୍ଥାତ୍‌ ଶୀର୍ଷାସନ କରୁଥିବା ଦେଖିବାକୁ ମିଳିଛି ଏବଂ ପତି ବିରାଟ ମଧ୍ୟ ତାଙ୍କୁ ଏଥିରେ ସାହାଯ୍ୟ କରୂଥିବା ନଜର ଆସିଛନ୍ତି। ଫଟୋରେ ଅନୁଷ୍କା ଶୀର୍ଷାସନ କରୁଥିବା ବେଳେ ବିରାଟ ବହୁତ ଯତ୍ନର ସହ ଅନୁଷ୍କାଙ୍କ ପାଦକୁ ଧରି ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ଅନୁଷ୍କା ଲେଖିଛନ୍ତି ଯେ “ଏହା ହ୍ୟାଣ୍ଡ-ଡାଉନ୍ ଏବଂ ଲେଗ୍‌ସ ଅପ୍ ବ୍ୟାୟାମ। ଯୋଗ ମୋ ଜୀବନର ଏକ ବଡ ଅଂଶ, ମୋ ଡାକ୍ତର ମୋତେ କହିଥିଲେ ଯେ ମୁଁ ସମସ୍ତ ଆସନା କରି ପାରିବି। କିନ୍ତୁ ସଠିକ୍ ଏବଂ ଆବଶ୍ୟକ ସମର୍ଥନ ସହିତ ଏହା କରିବା ଉଚିତ।”

ଅନୁଷ୍କା ଲେଖିଛନ୍ତି, “ମୁଁ ମୋର ଯୋଗ ଗୁରୁଙ୍କ ପୃଷ୍ଠପୋଷକତାରେ ଏହା କରିଥିଲି, ଯିଏ ଅଧିବେଶନରେ ପ୍ରାୟତ ମୋ ସହିତ ଥିଲେ। ମୁଁ ବହୁତ ଖୁସି ଯେ ଗର୍ଭାବସ୍ଥାରେ ମଧ୍ୟ ମୁଁ ମୋର ଅଭ୍ୟାସ ଜାରି ରଖିଛି।” ତେବେ ଅନୁଷ୍କାଙ୍କ ଏହି ଫଟୋକୁ ମାତ୍ର ୧୨ ମିନିଟରେ ୩ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ ସେୟାର କରିଛନ୍ତି।

Comments are closed.