ଗଞ୍ଜାମ: ଆଜି ବସିଥାନ୍ତେ ବେଦୀରେ କିନ୍ତୁ ଗୁଳିମାଡରେ ଆହତ ହୋଇ ଶୋଇ ରହିଛନ୍ତି ମେଡ଼ିକାଲ ବେଡ଼ରେ। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ଘଟିଛି ଦୁଇ ଦୁଇତି ହୃଦୟ ବିଦାରକ ଘଟଣା। ପ୍ରଥମେ ବାଇକ୍ ଦୁର୍ଘଟଣାରେ ବୋମା ବ୍ୟାଗ୍ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଏହାର କିଛି ଘଣ୍ଟା ପରେ ସ୍ଥାନୀୟ ଜଣେ ଯୁବକଙ୍କୁ ଗୁଳିମାଡ଼।
ଗୁଳି ବାଜିଥିବା ଯୁବକଙ୍କ ଜଣଙ୍କ ହେଉଛନ୍ତି ମାଣିକପୁର ଗ୍ରାମର ଜିତେନ୍ଦ୍ର ବାରିକ। ଗୁଳି ତାଙ୍କ ପେଟରେ ଲାଗିଥିବା ବେଳେ ଗୁରୁତର ଜିତେନ୍ଦ୍ରଙ୍କୁ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ଆଜି ଜିତେନ୍ଦ୍ରଙ୍କ ବିବାହ କହ୍ନେଇପୁର ରାହାଣଦେଇ ମନ୍ଦିରରେ ହେବା ପାଇଁ ସବୁ ଆୟୋଜନ ସରିଥିଲା। ମାତ୍ର ଗତ ସନ୍ଧ୍ୟାରେ ତାଙ୍କୁ ଗୁଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଗୁଳିକାଣ୍ଡର କାରଣ ଏଯାଏଁ ଜଣାପଡିନଥିଲେ ସୁଦ୍ଧା ଏହା ପାରିବାରିକ ଓ ସମ୍ପତ୍ତି ବିବାଦ ବୋଲି ସନ୍ଦେହ କରାଯାଉଛି ।
Comments are closed.