Latest Odisha News

ଶୀତଦିନେ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ; ଶରୀରକୁ ଭିତରୁ ରଖିବ ଉଷ୍ମ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ଶୀତଋତୁ। ଧୀରେ ଧୀରେ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି। ବଢୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଆମେ ଶରୀର ଉଷ୍ମ ରଖିବାକୁ ଗରମ ପୋଷାକ ପରିଧାନ କରନ୍ତି। ମାତ୍ର ଏହା ଶରୀର ପାଇଁ ଯଥେଷ୍ଟ ନୁହେଁ। ଶରୀରକୁ ବାହାରୁ ନୁହେଁ ଭିତରୁ ମଧ୍ୟ ଉଷ୍ମ ରଖିବା ମଧ୍ୟ ଆବଶ୍ୟକ।

ତେଣୁ ଏହି ଋତୁରେ ନିଜ ଡାଏଟରେ ଏପରି ଜିନିଷ ସାମିଲ କରିବା ଉଚିତ୍ ଯାହା ଶରୀରକୁ ଭିତରୁ ଗରମ ରଖିଥାଏ।

ଘିଅ :ଶୁଦ୍ଧ ଘିଅରେ ଅନସ୍ୟାଚୁରେଟେଡ ଫ୍ୟାଟ୍ ହୋଇଥାଏ ଯାହା ଶରୀରକୁ ଉଷ୍ମ ଏବଂ ସୁସ୍ଥ ରଖିଥାଏ। ଘିଅରେ ଆୟୁର୍ବେଦିକ ଗୁଣ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଡ୍ରାଇ ଫ୍ରୃଟସ୍ : ଡ୍ରାଇ ଫୃଟସ୍ ଶରୀରକୁ ଉଷ୍ମ ରଖିଥାଏ ଏଥିପାଇଁ ଏଗୁଡ଼ିକ ଶୀତଦିନେ ନିଶ୍ଚୟ ଖାଇବା ଆବଶ୍ୟକ।

ଖଜୁରୀ: କ୍ଷୀରରେ ଖଜୁରୀ ପକାଇ ମଧ୍ୟ ଖାଆନ୍ତୁ। ଖଜୁରୀ କ୍ୟାଲସିୟମ୍ ଏବଂ ଆଇରନରେ ଭରପୂର ହୋଇଥାଏ ଯାହା ଶରୀରକୁ ପ୍ରାକୃତିକ ଭାବେ ଉଷ୍ମ ରଖିଥାଏ।

ଗାଜର, ମୂଳା, ଆଳୁ,ପିଆଜ ଏବଂ ରସୁଣ ଭଳି ଚେର ଜାତୀୟ ପରିବାର ଉଷ୍ମ ହୋଇଥାଏ। ଏହି ପରିବା ଧୀରେ ଧୀରେ ପଚିଥାଏ ଯାହା ଫଳରେ ଶରୀରରେ ଉଷ୍ମତା ଜାତ ହୋଇଥାଏ।

ଶୀତଦିନେ ଖାଦ୍ୟରେ ମିଠା ଜିନିଷ ବଦଳରେ ମହୁ ବ୍ୟବହାର କରନ୍ତୁ। ମହୁ ଶରୀରକୁ ଉଷ୍ମ ରଖିଥାଏ।

Comments are closed.