Latest Odisha News

ପଶ୍ଚିମ ଓଡିଶାର ଏହି ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା

ରାଉଲକେଲା: ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି କଂଗ୍ରେସ।ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ ଏଯାଏଁ ଘଟଣାରେ କାହାକୁ ବି ଗିରଫ କରାଯାଇ ନାହିଁ। ଏଯାଏଁ ପରିବାର ଲୋକଙ୍କୁ ନ୍ୟାୟ ମିଳିନାହିଁ। ଏହି ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ବନ୍ଦ ଡାକରା ଦେଇଛି କଂଗ୍ରେସ।

ଏହି ବନ୍ଦ ଯୋଗୁଁ ସହରର ଦୋକାନ, ବଜାର ଆଦି ବନ୍ଦ ରହିଛି। ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

Comments are closed.