Latest Odisha News

BREAKING NEWS

ବିଶ୍ୱ ରେକର୍ଡ: ଗୋଟିଏ ମୁଦିରେ ୧୨ ହଜାର ୬୩୮ଟି ହୀରା

ନୂଆଦିଲ୍ଲୀ: ଗୋଟିଏ ମୁଦିରେ ଲାଗିଛି ୧୨ ହଜାର ୬୩୮ଟି ହୀରା । ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ହେଲେ ଏପରି ହିଁ ହୋଇଛି । ଭାରତର ଡାଇମଣ୍ଡ ହବ୍ କୁହାଯାଉଥିବା ସୁରତର ଜଣେ ୨୫ ବର୍ଷୀୟ ଜୁଏଲର ହରୀଶ ବଂଶଲ ଏପରି ଏକ ମୁଦି ତିଆରି କରିଛନ୍ତି । ଯେଉଁଥିରେ ଲାଗିଛି ୧୨ ହଜାର ୬୩୮ଟି ହୀରା । ଏହି ମୁଦିର ଓଜନ ୧୬୫ ଗ୍ରାମରୁ ଅଧିକ ରହିଛି । ସବୁଠୁ ଅଧିକ ହୀରା ଲାଗିଥିବାରୁ ଏହାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ଦିଆଯାଇଛି ।

ହରୀଶ ଏହି ମୁଦିକୁ ବିକ୍ରି କରିବାକୁ ଚାହୁଁନାହାନ୍ତି । ଏପରି ମୁଦି ତିଆରି କରିଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ଦୁଇ ବର୍ଷ ହେବ ସେ ଏହାକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ସେ ପ୍ରଥମେ ଏହି ମୁଦିରେ ୧୦ ହଜାର ହୀରା ଲଗାଇଥିଲେ । ପରବର୍ତ୍ତୀ ସମୟରେ ପୁଣି ଥରେ ଯେତେବେଳେ ଡିଜାଇନ୍ କରିଥିଲେ, ସେତେବେଳେ ହୀରା ସଂଖ୍ୟା ୧୨ ହଜାର ୬୩୮କୁ ବୃଦ୍ଧି କରିଥିଲେ । ଏହା ପୂର୍ବରୁ ଅଧିକ ହୀରାରେ ମୁଦି ତିଆରି କରିବାର ରେକର୍ଡ ମଧ୍ୟ ଭାରତ ନାଁରେ ରହିଥିଲା । ଯେଉଁଥିରେ ୭ ହଜାର ୮୦୧ ଛୋଟ ଛୋଟ ହୀରା ଲାଗିଥିଲା ।

Leave A Reply

Your email address will not be published.