ଭୁବନେଶ୍ୱର: ଖୋଲିବ ଟାଟାରେ ଚାକିରି ନାଁରେ ଠକେଇର ଗୁମର । ଆକାଶ ପାଠକଙ୍କ ପରେ ତାଙ୍କର ଭାବି ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି ।
ସତ ଉଗାଳିବେ ପ୍ରଦୀପ
ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପାଇଁ ଗତକାଲି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍ । ଟାଟାରେ ନିଯୁକ୍ତି ନାଁରେ ଆକାଶ ପାଠକଙ୍କ ଜାଲିଆତିରେ ତାଙ୍କର ଭୂମିକା କଣ ରହିଛି ? କେତେ ଲୋକଙ୍କଠାରୁ ସେ ଟଙ୍କା ନେଇଛନ୍ତି ?


ଶ୍ୱଶୁର-ଜ୍ୱାଇଁଙ୍କୁ ହୋଇପାରେ ମୁହାଁମୁହିଁ ଜେରା
ଆକାଶ ପାଠକଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ହାତେଇଛି କ୍ରାଇମବ୍ରାଞ୍ଚ । ଆଜି ତାଙ୍କର ରିମାଣ୍ଡ ଅବଧି ସରୁଛି । ଆକାଶଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ପ୍ରଦୀପଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଦରକାର ପଡ଼ିଲେ ଶ୍ୱଶୁର-ଜ୍ୱାଇଁଙ୍କୁ ମୁହାଁମୁହିଁ ଜେରା କରିପାରେ ।
ପ୍ରଦୀପଙ୍କ ଲିଙ୍କରେ ବ୍ରହ୍ମପୁରରେ ୭ଜଣଙ୍କୁ ଜେରା
ପୂର୍ବରୁ କ୍ରାଇମବ୍ରାଞ୍ଚ ଆକାଶଙ୍କ ଚାକିରି ନାଁରେ ଠକେଇ ଅଭିଯୋଗରେ ତାଙ୍କର ପିଏ ଡେଭିଡ୍ ପିଟରଙ୍କୁ ପଚରାଉଚରା କରିଥିଲେ । ସେହିପରି ଠକେଇ ଓ ପ୍ରଦୀପଙ୍କ ଲିଙ୍କ ନେଇ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ କରିଛି । ୭ଜଣଙ୍କୁ ଜେରା ହୋଇଛି । ସେମାନେ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ଟିମ୍ ।
BREAKING NEWS
- Sundarpada Explosion Case:ନିୟୁ ଆଜାଦ ନଗର ବିସ୍ଫୋରଣ ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ
- ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଖୁବଶୀଘ୍ର ନୂଆ ସରକାର…
- ସୁନା ସଫା ପାଉଡର ବିକ୍ରି ନାଁରେ ମହିଳାଙ୍କଠୁ ସୁନା ଗହଣା ଲୁଟ୍
- ଫେବୃଆରୀ ୧୫ ସୁଦ୍ଧା ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ପୋଷାକ
- Revenue Services: ରାଜ୍ୟବାସୀଙ୍କୁ ଆଶ୍ବସ୍ତି, ଏଣିକି ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା
- ଉତ୍ତରାଖଣ୍ଡରେ ମଦ୍ରାସା ବୋର୍ଡ ଉଚ୍ଛେଦ, ଜାରି ହେଲା ନୂଆ ବିଜ୍ଞପ୍ତି
- Ganja Seized: ଫୁଲକୋବି ଗାଡିରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ
- ଗଞ୍ଜାମରେ ବଢ଼ିଛି କୃଷ୍ଣସାର ମୃଗ ସଂଖ୍ୟା
- ଅନଲାଇନ ଗେମ୍ ନିଶା! ୯ ମହଲାରୁ ଡେଇଁ ପଡ଼ିଲେ ୩ ଭଉଣୀ…
- Naxalite Surrender: କ୍ୟାଡର ମାଓବାଦୀର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର
Comments are closed.