Latest Odisha News

ପ୍ରାତଃକାଳରେ ଶ୍ରୀଜଗନ୍ନାଥ ମନ୍ଦିର ଦ୍ୱାର ଖୋଲିବା ନେଇ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ନୂଆବର୍ଷର ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ଲାଗି ବଡିଭୋରରୁ ମନ୍ଦିର ଦ୍ୱାର ଖୋଲାଯିବା ନେଇ ପ୍ରଶାସନ ବିରୋଧରେ ଏକ ହିନ୍ଦୁ ମୌଳବାଦୀ ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସୋମବାର ଦିନ ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ର ଅନେକ ସଦସ୍ୟ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନବବର୍ଷ ଏକ ପାଶ୍ଚ୍ୟାତ ସଂସ୍କୃତି ଏବଂ ଏହା ଭାରତୀୟ ଜୀବନଚର୍ଯ୍ୟାରେ ଏକ ଅସୁସ୍ଥକର ପରମ୍ପରା ସୃଷ୍ଟି କରିବା ନେଇ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

“ ପାଶ୍ଚ୍ୟାତ ସଭ୍ୟତାର ଏକ ପର୍ବ ପାଳନରେ କେଉଁ କାରଣରୁ ଭଗବାନଙ୍କୁ ବ୍ୟାଘାତ କରାଯାଉଛି । ଅନ୍ୟ ହିନ୍ଦୁ ନବବର୍ଷରେ ପ୍ରଶାସନ ମନ୍ଦିର ପ୍ରାତଃକାଳରୁ ଖୋଲିବା ଉଚିତ୍” ବୋଲି ସେମାନେ କହିଛନ୍ତି । ଏହ÷ି ଆନ୍ଦୋଳନରେ ପୁରୀ ଗୋର୍ବଧନ ପୀଠର ସଭ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଏବର୍ଷ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡିଭୋରରୁ ଶ୍ରୀମନପ୍ଦିର ଦ୍ୱାର ଖୋଳାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରାତ୍ର ୧ଟା ୩୦ ମି. ସମୟରେ ଖୋଲାଯିବା ସହ ଶ୍ରଦ୍ଧାଳୁ ମାନେ ରାତ୍ର ୨ଘଟିକା ସମୟରୁ ଦର୍ଶନ କରିପାରିବେ ।

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଜଗନ୍ନାଥ ଛତିଶା ନିଯୋଗ ସହ ଆଲୋଚନା କରି ଶ୍ରୀମନ୍ଦିର ପ୍ରଶାସନ ଏହି ଦିନ ମନ୍ଦିରର ପାରମ୍ପରିକ ରୀତିନୀତି କରିବାର ଧାର୍ଯ୍ୟ ହୋଇଛି । ଏହି ନିଷ୍ପତ୍ତି ଅନୁଯାୟୀ ଭୋର ୩ଘଣ୍ଟିକା ସମୟରେ ଭିତର ଶୋଧ ହେବ । ଅନ୍ୟ ପାରମ୍ପରିକ ନୀତି ଯଥା- ମଙ୍ଗଳ ଆରତୀ, ରୋଷ ହୋମ, ମଇଲମ ଏବଂ ତଡପଲାଗି ପ୍ରଭୃତି ଭୋର ୩ ଟା ୩୦ରୁ ୪ଟା ୩୦ ଯାଏଁ ହେବାର ସ୍ଥିର ହୋଇଛି ।

ସେହିପରି ପହିଲିଭୋଗ ମଙ୍ଗଳବାର ଦିନ ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ । ଏହି କ୍ରମରେ ଦିନ ୧୧ଟାରୁ ୧୨.୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ଲାଗୁ କରାଯିବ । ନବବର୍ଷ ଅବସରରେ ପବିତ୍ର ମହାପ୍ରସାଦକୁ ଶ୍ରଦ୍ଧାଳୁମାନେ ଦିନ ୧୧ଟା ପରଠାରୁ ପାଇପାରିବେ ।

ଏହି ଅବସରରେ ପ୍ରବଳ ଜନସମାଗମ ତଥା ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଡା ନିରାପତ୍ତାର ବ୍ୟବସ୍ଥା ହୋଇଛି । ଏଥିଲାଗି ୫୦ ପ୍ଳାଟୁନ ଫୋର୍ସ ମୁତୟନ ହେବା ସହ ୫ଶହ ପୋଲିସ ଅଧିକାରୀ ପୁରୀରେ ଭକ୍ତଙ୍କ ସୁରକ୍ଷା ଲାଗି ନିୟୋଜିତ ହେବେ ।

Leave A Reply

Your email address will not be published.