Latest Odisha News

ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ଓଡିଶାର ସୁଧୀ ରଞ୍ଜନ ମହାନ୍ତି ନିଯୁକ୍ତ

ଭୁବନେଶ୍ୱର : ଚଳିତ ବର୍ଷ ଅନ୍ତିମ ସୋପାନରେ ପହଞ୍ଚିବା ସହିତ ପୁଣି ଜଣେ ଓଡିଆ ବ୍ୟୁରୋକ୍ରାଟ ପ୍ରଶାସନିକ କ୍ଷେତ୍ରରେ ଏକ ଶୀର୍ଷସ୍ଥାନ ଗ୍ରହଣ କରିବାକୁ ଯାଉଛନ୍ତି । ୧୯୮୨ ବ୍ୟାଚର ଆଇଏଏସ୍ ଅଧିକାରୀ ତଥା ଓଡିଆ ବ୍ୟୁରୋକ୍ରାଟ ସୁଧୀ ରଞ୍ଜନ ମହାନ୍ତି ମଧ୍ୟପ୍ରଦେଶର ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ପ୍ରିନ୍ସିପଲ ସେକ୍ରେଟାରୀ ଅଫ୍ ପର୍ସୋନାଲ ଆଡମିନିଷ୍ଟ୍ରେସନର ପ୍ରଧାନ ସଚିବ ରଶ୍ମୀ ଅରୁଣଙ୍କ ସୂଚନା ଅନୁଯାୟୀ ଶ୍ରୀ ମହାନ୍ତି ବି ଏସ ସିଂହଙ୍କ ସ୍ଥାନରେ ଅବସ୍ଥାପିତ ହେବା ସହ ସେ ମଙ୍ଗଳବାର ଦିନ କାର୍ଯ୍ୟଭାର ଗ୍ରହଣ କରିବେ ।

ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ଜଣକ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ଅଧିନରେ ପ୍ରଧାନ ସଚିବ, ଅକ୍ଷୟ ଉର୍ଜା ଏବଂ ଶିକ୍ଷା ବିଭାଗରେ କାର୍ଯ୍ୟ କରିଛନ୍ତି ।

ସେ ୨୦୦୦ ମସିହା ଜାନୁଆରୀରୁ ୨୦୦୪ ମସିହା ଜାନୁଆରୀ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ରାଜ୍ୟ ଉଦ୍ୟୋଗ ବିକାଶ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ରହିଥିଲେ ।

ଶ୍ରୀଯୁକ୍ତ ମହାନ୍ତି ୨୦୦୦ ମସିହାରେ ବିଶ୍ୱବ୍ୟାଙ୍କ ଏବଂ ୧୯ଟି ଆନ୍ତର୍ଜାତୀୟ ଏଜେନ୍ସି ଦ୍ୱାରା ପ୍ରଶାସନିକ କ୍ଷେତ୍ରରେ ‘ମୋଷ୍ଟ ଇନୋଭେଟିଭ ପ୍ରୋଜେକ୍ଟ’ ଲାଗି ଗ୍ଲୋବାଲ ଡେଭେଲପମେଣ୍ଟ ନେଟୱକ ଆୱଡ’ରେ ସମ୍ମାନିତ ହୋଇଛନ୍ତି ।

ସେ ମଧ୍ୟ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛନ୍ତି ।

Leave A Reply

Your email address will not be published.