Latest Odisha News

BREAKING NEWS

ଭଦ୍ରକରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ, ଗଞ୍ଜାମରେ ଦୁବୃର୍ତ୍ତ କାଟିନେଲେ ଜିଭ

ଭଦ୍ରକ/ଗଞ୍ଜାମ : ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ମିଳିଥିବାବେଳେ ଅନ୍ୟ ଏକ ଘଟଣାରେ ଗଞ୍ଜାମରେ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଜିଭ କାଟି ଦେଇଥିବା ଭଳି ଅଭାବନୀୟ ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ଗୋଛିପୁର ଗ୍ରାମରେ ରବିବାର ରାତିରେ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି ।

ମୃତକ ଜଣଙ୍କ ଗଣେଶ ଶତପଥୀ ବୋଲି ଜଣାପଡିଛି ଏବଂ ମୃତକଙ୍କ ପରିବାରବର୍ଗ ଘରେ ନଥିବାବେଳେ ଏହି ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ମୃତକଙ୍କ କାନ କଟା ହୋଇଥିବା ଓ ଆଖି ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ଏଭଳି ଅମାନୁଷିକ ଘଟଣାକୁ ଦେଖି ଏହା ଏକ ପ୍ରତିଶୋଧମୂଳକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଛି । ତେବେ ପୋଲିସ ପାରପାଶ୍ୱିର୍କ ସ୍ଥିତି ପରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

ସେହିପରି ଗଞ୍ଜାମ ସ୍ଥିତ ଖଲ୍ଲିକୋଟ ପୋଲିସ ଅନ୍ତର୍ଗତ ନିର୍ମଳଝର ଛକ ନିକଟରେ କେହି ଦୁବୃର୍ତ୍ତ ଜଣେ ବ୍ୟକ୍ତିଙ୍କ ଜିଭ କାଟିବା ଭଳି ଅଭାବନୀୟ ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଦୁବୃର୍ତ୍ତ ମାନେ ଅଘଟଣ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେପରେ ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅତ୍ୟନ୍ତ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁବୃର୍ତ୍ତମାନେ ଏହି ଅଘଟଣ ଘଟାଇଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ନେଇ ସୂଚନା ମିଳିଛି । ତେବେ ଖଲ୍ଲିକୋଟ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.