Latest Odisha News

BREAKING NEWS

ଡ୍ରଗ୍ସ ମାମଲା: ଡିସେମ୍ବର ୧୬ରେ ପୁଣି ଥରେ ଅର୍ଜୁନଙ୍କୁ ଜେରା କରିବ ଏନସିବି

ନୂଆଦିଲ୍ଲୀ: ଡିସେମ୍ବର ୧୬ ରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ପୁଣି ଥରେ ହାଜର ହେବାକୁ ସମନ ପଠାଯାଇଛି। ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଅର୍ଜୁନ ରାମପାଲଙ୍କୁ ଏନସିବି ମୁମ୍ବାଇ ୟୁନିଟ୍ ଡକାଇଛି। ଉଲ୍ଲେଖ ଥାଉ କି ନିକଟରେ ଅର୍ଜୁନ ରାମପାଲଙ୍କ ଲାଇଭ-ଇନ୍ ପାର୍ଟନର ଗାବ୍ରିଏଲା ଡେମେଟ୍ରିଏଡ୍ସଙ୍କୁ ପ୍ରାୟ ୬ ଘଣ୍ଟା ଧରି ଏନସିବି ପଚରାଉଚରା କରିଥିଲା। ଏହା ପରେ ନଭେମ୍ବର ୧୨ ରେ ଅର୍ଜୁନ ରାମପାଲଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା।

ସୂଚନାଯୋଗ୍ୟ ଅର୍ଜୁନ ରାମପାଲଙ୍କ ବଙ୍ଗଳା ଉପରେ ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା ଯାହା ପରେ ଉଭୟଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଅର୍ଜୁନଙ୍କ ଲାଇଭ୍-ଇନ୍ ପାର୍ଟନର ଗାବ୍ରିଏଲାଙ୍କ ଭାଇଙ୍କ ନିକଟରୁ ହାଶିଶ ଏବଂ ଆଲପ୍ରାଜୋଲାମର ଟାବଲେଟ୍ ମିଳିଥିଲା। ଏହି ଦୁଇଟି ଦ୍ରବ୍ୟକୁ ନାର୍କୋଟିକ୍ସ ପକ୍ଷରୁ ନିଷେଧ କରାଯାଇଛି। ମୁମ୍ବାଇରେ କୋକୀନ ଯୋଗାଣ ଅଭିଯୋଗରେ ଗିରଫ ହୋଇଥିବା ଓମେଗା ଗୋଡୱିନ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ଗାବ୍ରିଏଲାଙ୍କ ଭାଇଙ୍କ ସଂଯୋଗ ମଧ୍ୟ ଥିଲା।

Leave A Reply

Your email address will not be published.