Latest Odisha News

BREAKING NEWS

ପାକିସ୍ତାନରେ ଅଦା କିଲୋ ୧୦୦୦ରେ ପଂହଚିଲା !

କରାଚୀ:ପାକିସ୍ତାନରେ ଅଦା କିଲୋ ଏବେ ୧୦୦୦ରେ ପଂହଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପୂର୍ବତନ ପତ୍ନୀ ରେହମ ଖାଁ ଟୁଇଟ କରି ଏହା ମଙ୍ଗଳବାର ଜଣାଇଛନ୍ତି । ପୂର୍ବରୁ ଚିନି କିଲୋ ୧୦୦ ତଳକୁ ଖସିଥିବା ନେଇ ଇମ୍ରାନ ନିଜ ପିଠି ଥାପୁଡାଇଥିଲେ । ସରକାରଙ୍କ ନୀତି ଯୋଗୁ ଚିନି ରେଟ କମିଛି ବୋଲି ସେ କହିଥିଲେ । ପାକିସ୍ତାନରେ ଏବେ ଖାଦ୍ୟ ସଙ୍କଟ ବିକଟାଳ ରୂପ ନେଇଛି । ଅନ୍ୟ ଦେଶକୁ ପିଆଜ ଯୋଗାଉଥିବା ପାକିସ୍ତାନ ଏବେ ଏହାର ରେଟ କମ୍ କରିବା ପାଇଁ ଅନ୍ୟ ଦେଶରୁ ଆଣିବାକୁ ବାଧ୍ୟ ହେଉଛି ।

ପୂର୍ବରୁ ଅଟା ଏବଂ ଅନ୍ୟ ଜରୁରୀ ସାମଗ୍ରୀ ବୃଦ୍ଧି ଯୋଗୁ ଦେଶରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାରତ ଏବଂ ଅନ୍ୟ ପଡୋଶୀ ଦେଶ ସହ ସମ୍ପର୍କ ଖରାପ କରିବା ଏବେ ପାକିସ୍ତାନ ପାଇଁ ଚିନ୍ତାର କାରଣ ସାଜିଛି । ୟୁଏଇର ଋଣଭାରରେ ବୁଡି ରହିଥିବା ପାକିସ୍ତାନ ଏହାକୁ ଶୁଝିବା ପାଇଁ ଚୀନଠାରୁ କରଜ ଆଣୁଛି । ବିରୋଧୀ ଦଳ ଏକତ୍ର ହେବା ମଧ୍ୟ ଇମ୍ରାନଙ୍କ ସରକାର ଉପରେ ସଙ୍କଟ ଆଣି ଦେଇଛି ।

Leave A Reply

Your email address will not be published.