Latest Odisha News

BREAKING NEWS

ସୈଫ ଅଲୀ ଅଭିନୀତ ତାଣ୍ଡବର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ:ଅଭିନେତା ସୈଫ ଅଲୀ ଖାଁଙ୍କ ପଲିଟିକାଲ ଡ୍ରାମା ତାଣ୍ଡବ ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ୯ ଏପିସୋଡର ଏହି ପଲିଟକାଲ ଡ୍ରାମାର ପାଷ୍ଟ ଲୁକ୍ ବୁଧବାର ଜାରୀ କରାଯାଇଛି । ପ୍ରଡ୍ୟୁସର-ଡାଇରେକ୍ଟର ଅଲୀ ଆବାସ ସୋସିଆଲ ମିଡିଆରେ ଏହାର ପୋଷ୍ଟର ଶେୟାର କରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଅଲୀ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ଫେବୃୟାରୀ ୧୫ରେ ରିଲିଜ ହେବ ।

ପ୍ରଥମେ ଏହାର ଟାଇଟଲ ଦିଲ୍ଲୀ ଥିଲା । ପରେ ଏହାକୁ ବଦଳାଇ ତାଣ୍ଡବ କରାଯାଇଛି । ସୈଫ ଏକ ପ୍ରଧାନମନ୍ତ୍ରୀଙ୍କ ପୁତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ପଦ ପାଇବା ପରେ ସେ କେତେ ତଳକୁ ଯାଇପାରିବେ ତାହା ଏଥିରେ ଦର୍ଶାଯାଇଛି । ସିକ୍ରେଟ ଗେମ୍ସ ସିଜନ ୨ରେ ପରେ ସୈଫଙ୍କ ଏହା ଦ୍ୱିତୀୟ ଓଟିଟି ରିଲିଜ ହେବ ।

Leave A Reply

Your email address will not be published.