Latest Odisha News

BREAKING NEWS

ମାସ୍କ ପାଇଁ ଜେଲ ଗଲେ, ଅଟକିଲା ବିବାହ

ମୁମ୍ବାଇ: ମାସ୍କ ନପିନ୍ଧିବା ଜଣେ ଯୁବକଙ୍କୁ ମାତ୍ରାଧିକ ମହଙ୍ଗା ପଡିଛି । ଏପରିକି ଜେଲ ଯିବା ସହ ତାଙ୍କ ବିବାହ ବି ଅଟକିଥିଲା । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୁମ୍ବାଇ ସହର । ତେବେ ଘଟଣାଟା ପଢିବାକୁ ଯେତିକି ସାଧାରଣ ଲାଗୁଛି, ଏହା ପଛର କାରଣ ବି ସେତିକି ଚକିତକର ।

ମିଳିଥିବା ରିପୋର୍ଟ ଅନୁଯାୟୀ ଡିସେମ୍ବର ୬, ବୈଶାଳୀ ନଗରରେ ଏହି ଘଟଣାର ମୂଳଦୁଆ ପଡିଥିଲା । ଇବ୍ରାହିମ୍ ମୁଜାୱର, ଫିରୋଜ ସେଖ ଓ ଆକିବ ଖାନ ନାମକ ତିନିଜଣ ଯୁବକ ଘଟଣାଦିନ ମାସ୍କ ନ ପିନ୍ଧି ରାସ୍ତାକଡରେ ଖଟି କରୁଥିଲେ । ସେହି ସମୟରେ କନେଷ୍ଟବଳ ଶଶୀଭୂଷଣ ଯାଦବ ତାଙ୍କୁ ବେଶ ନମ୍ରତାର ସହ ମାସ୍କ ପିନ୍ଧିବାକୁ କହିଥିଲେ । ତେବେ ମାସ୍କ ପିନ୍ଧିବା ପରିବର୍ତ୍ତେ ତିନିଜଣ ଯୁବକ କନେଷ୍ଟବଳଙ୍କୁ ଧମକଚମକ ଦେବା ସହ ଧକ୍କା ମାରିଥିଲେ ।

ଏହି ଘଟଣା ପରେ କନେଷ୍ଟବଳ ଶଶୀଭୂଷଣ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସହାୟତା ମାଗିଥିଲେ । ଖବର ପାଇ ଘଟଣାସ୍ଥଳରେ ଅନ୍ୟ କର୍ମଚାରୀ ପହଂଚିଥିଲେ । ହେଲେ ସେମାନଙ୍କୁ ବି ତିନିଜଣ ଯୁବକ ଦୁର୍ବ୍ୟବହାର କରିବାକୁ ପଛାଇନଥିଲେ । ଏହି ଘଟଣାକୁ ନେଇ କନେଷ୍ଟବଳ ଅଭିଯୋଗ କରିବା ପରେ ସେମାନଙ୍କୁ ଓସିୱାରା ପୋଲିସ ଗିରଫ କରି ସହ କୋର୍ଟ ଚାଲାଣ କରିଥିଲା ।

ତେବେ ଅଭିଯୁକ୍ତଙ୍କ ପରିବାର ଲୋକେ ବେଲ୍ ପାଇଁ ଆବେଦନ କରିବା ପରେ ସେମାନଙ୍କୁ ଚଳିତମାସ ୧୧ ତାରିଖରେ ବେଲ୍ ମିଳିଥିଲା । ତଦନ୍ତରେ ଜଣାପଡିଥିଲା ଗିରଫ ତିନିଜଣଙ୍କ ମଧ୍ୟରୁ ଇବ୍ରାହିମ୍ ମୁଜାୱର ବେଲ ମିଳିବା ଦିନ ହିଁ ବିବାହ କରିଥାନ୍ତେ । ହେଲେ ଗିରଫଦାରୀ ପାଇଁ ତାଙ୍କ ପରିବାର ଲୋକେ ବିବାହକୁ ଆସନ୍ତାକାଲିକୁ ଘୁଂଚାଇଦେଇଥିଲେ ।

Leave A Reply

Your email address will not be published.