Latest Odisha News

BREAKING NEWS

ଶକୀଲାର ଟ୍ରେଲର ରିଲିଜ, ଡାର୍ଟି ପିକଚରକୁ ମାତ୍ ଦେବ !

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଏବଂ ବିଭିନ୍ନ ବିବାଦ ଭିତରେ ଶେଷରେ ଶକୀଲା ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ପର୍ଣ୍ଣ ଷ୍ଟାର ଶକୀଲାଙ୍କ ଜୀବନୀ ଉପରେ ଏହା ଆଧାରିତ । ଏଥିରେ ରିଚା ଚଢ଼ା ଏବଂ ପଙ୍କଜ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ସିଲକ ସ୍ମିତା ପରେ ଶକୀଲା ଦକ୍ଷିଣ ଭାରତକୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ କବଜା କରି ରଖିଥିଲେ । ଡାର୍ଟି ପିକଚର ସଫଳତା ପରେ ଏଥର ସମସ୍ତଙ୍କ ନଜର ଶକୀଲା ଉପରେ ରହିଛି ।

ଫିଲ୍ମ ଡିସେମ୍ବର ୨୫ରେ ଫିଲ୍ମ ହଲରେ ରିଲିଜ ହେବ । ଏହା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟଲମ ଭାଷାରେ ୧୦୦୦ରୁ ଅଧିକ ସ୍କ୍ରିନ୍ସରେ ରିଲିଜ ହେବ । ଶକୀଲା କିପରି ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରବେଶ କଲେ, ପ୍ରଥମେ ପର୍ଣ୍ଣ ଷ୍ଟାର ଓ ପରେ ସୁପରଷ୍ଟାର ତାହା ଏଥିରେ ଦର୍ଶାଯାଇଛି । ନିର୍ଦ୍ଦୋକ ଇନ୍ଦ୍ରଜିତ ଲଙ୍କେଶଙ୍କ ମତରେ ଏହି ଫିଲ୍ମ ପରେ ରିଚା ଘରେ ଘରେ ପରିଚିତ ହୋଇଯିବେ ।

Leave A Reply

Your email address will not be published.