Latest Odisha News

BREAKING NEWS

ଚୌଦ୍ୱାରରେ ବିଜୁ ପଟ୍ଟନାୟକ ପାର୍କର ଲୋକାର୍ପଣ

ଚୌଦ୍ୱାର: ଚୌଦ୍ୱାରରେ ଗୁରୁବାର ଦିନ ବିଜୁ ପଟ୍ଟନାୟକଙ୍କ  ନାମରେ ନାମିତ ହୋଇଥିବା ପାର୍କର ଲୋକାର୍ପଣ କରାଯାଇଛି।

ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ କଟକ ଜିଲ୍ଲା ଗସ୍ତ କରି ଚୌଦ୍ୱାରରେ ଅନୁଷ୍ଠିତ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନୂତନ ଭାବେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ କରିଛନ୍ତି।

୧୯ଟି ୱାର୍ଡ ପାଇଁ ୫୦ ହଜ଼ାରରୁ ଉର୍ଦ୍ଧ ଜନସାଧାରଣଙ୍କ ନିମନ୍ତେ ଏହି କେନ୍ଦ୍ର ୭୫ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମିତ ହୋଇଥିବା ବେଳେ ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିବା ପାର୍କର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା ସତ୍ୟବ୍ରତ ଛୋଟରାୟ, ଡ଼ା ଉମେଶ ରାୟ, ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ମହେଶ ମହାନ୍ତି, ସି ଡି ଏ ର ଅଧିକାରୀ, ବିଭାଗୀୟ ଅଧିକାରୀ, ସ୍ଥାନୀୟ ପ୍ରତିନିଧି ଓ ବାସିନ୍ଦାମାନେ ଉପସ୍ଥିତ ଥିଲେ।

Comments are closed.