Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ନିକଟରେ ସୁଖ ଓ ସମୃଦ୍ଧି କାମନା କରି ୨୦୧୯ ନବବର୍ଷରେ ଓଡ଼ିସାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ

ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ ନୂତନବର୍ଷର ପ୍ରଥମ ସୂର୍ଯ୍ୟେଦୟକୁ ଉପଭୋଗ କରିବା ସହିତ ଓଡ଼ିଆଙ୍କ ପ୍ରାଣର ଦେବତା ମହାପ୍ରଭୁ ଶ୍ରୀଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଲକ୍ଷ ଲକ୍ଷ ଜନସାଧାରଣ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ପ୍ରବଳ ଜନସମାଗମକୁ ଲକ୍ଷ୍ୟ କରି ଶ୍ରୀମନ୍ଦିର ୧୨ଟା ୧୭ ମିନିଟରେ ଖୋଲିଥିଲା, ଭକ୍ତମାନେ ମଧ୍ୟ ସେମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

ପୁରୀ ଗ୍ରାଣ୍ଡ ରୋଡ଼ରୁ ବଡ଼ଦାଣ୍ଡ ଯାଏଁ ହଜାର ହଜାର ଭକ୍ତଙ୍କର ‘ଜୟ ଜଗନ୍ନାଥ’ ‘ଜୟ ଜଗନ୍ନାଥ’ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା । ପୁରୀରେ ନବବର୍ଷରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହୋଇଥିଲେ । ଏଥିଲାଗି ପୁରୀ ତଥା ଏହାର ଆଖପାଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିଭିନ୍ନ ର‌୍ୟାଙ୍କର ୫୦୦ ପୋଲିସ ଅଫିସର କାର୍ଯ୍ୟ ତଦାରଖ କରିଛନ୍ତି ।

ଏହି ନୂତନବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦିନ ପ୍ରାୟ ୧୨ଟାରେ ଶ୍ରୀମନ୍ଦିରରେ ପହଞ୍ଚିବା ମାତ୍ରେ ତାଙ୍କୁ ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଦନା କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରେ ପ୍ରାୟ ୧୫ ମିନିଟ ଅତିବାହିତ କରି ଶ୍ରୀଉମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ନବବର୍ଷ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ଟର୍ ମାଧ୍ୟମରେ ଜନସାଧାରଣଙ୍କ ସୁଖ ଓ ସମୃଦ୍ଧି କାମନା କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଅସୁସ୍ଥ ଥିବାହେତୁ ମୁଖ୍ୟମନ୍ତ୍ରୀ  ରାଜଧାନୀ ଭୁବନେଶ୍ୱରସ୍ଥିତ ବାସଭବନ ନବୀନ ନିବାସ ଆସି ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସମସ୍ତଙ୍କୁ ସୋମବାର ଦିନ ପୂର୍ବରୁ ଅନୁରୋଧ କରିଥିଲେ ।

ମର୍ଣ୍ଣିଂ ୱାକ୍ ପରେ ପରେ ଆଣ୍ଠୁ ଜନିତ ଯନ୍ତ୍ରଣା ଯୋଗୁଁ ଡ଼ାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.