Latest Odisha News

BREAKING NEWS

ଆଠଗଡ ହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ଅନ୍ୟ ଜଣେ ଅଭିଯୁକ୍ତ

ଆଠଗଡ : କଟକ ଜିଲ୍ଲା ଆଠଗଡ଼ ଫରେଷ୍ଟ ରେଞ୍ଜ ସୁକାସନ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ରାଜନଗର ସଦର ଅନ୍ତର୍ଗତ ତଇଲାରେ ଡିସେମ୍ବର ୧୨ ତାରିଖରେ ଏକ ମାଈ ହାତୀର ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ନାମ ଦେବ ଦେହୁରୀ ଏବଂ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଅଦାଲତ ତାଙ୍କର ଜାମିନ ଆବେଦନ ଖାରଜ କରି ଦେବାରୁ ତାଙ୍କୁ ଜେଲ ପଠାଯାଇଛି ।

ଅନ୍ୟପକ୍ଷରେ ପୂର୍ବରୁ ରାଜନଗର ଅଞ୍ଚଳର ଜନୈକ ପ୍ରସନ୍ନ ଦେଉରୀଙ୍କୁ ପୋଲିସ ଏହି ମାମଲାରେ ସମ୍ପୃକ୍ତି ନେଇ ଗିରଫ କରିଥିଲା ।

ଉଲ୍ଲେଖନୀୟ ଆଠଗଡ଼ ଫରେଷ୍ଟ ରେଞ୍ଜ ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୭ବର୍ଷୀୟ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ହାତୀର ମୁହଁରୁ ରକ୍ତ ବାହାରିଥିବା ନେଇ ଦେଖିବାକୁ ମିଳିଥିଲା।

ଏହି ହାତୀଟି ଶିକାରୀ ମାନଙ୍କ ଦ୍ୱାରା ଶିକାର ହୋଇଥିବା ନେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ।

ତେବେ ଏହି ଘଟଣାରେ ଓୟୁଏଟିର ପଶୁ ଚିକିତ୍ସିକ ପ୍ରଫେସର ଡଃ ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ଦଳ ଶବଟିର ବ୍ୟବଚ୍ଛେଦ କରାଯାଇଥିଲା । ଏହି ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ହାତୀଟିର ଜିଭ କଟିଯାଇଥିବା ବେଳେ ମୁହଁରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡିଥିଲା । ହାତୀଟିର ମୁଖ ଭାଗରେ ବିସ୍ଫୋରଣ ଯୋଗୁଁ ଗଭୀର କ୍ଷତ ହୋଇଥିଲା । ଏହି କାରଣରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହାତୀଟର ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଇଛି ।

Leave A Reply

Your email address will not be published.