ନୂଆଦିଲ୍ଲୀ: ଆମେରିକାରେ କରୋନା ଯୋଗୁଁ ପ୍ରତିଦିନ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। କରୋନା ସଙ୍କଟ ଦେଇ ଗତି କରୁଥିବା ବିଶ୍ୱର ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆମେରିକାରେ ପିଫାଇଜରର କରୋନା ଟିକା ପରେ ବର୍ତ୍ତମାନ ମଡର୍ନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି।
କରୋନା ସଙ୍କଟ ମଧ୍ୟରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ପତ୍ନୀ ଜିଲ ସୋମବାର ଦିନ କରୋନା ଟିକା ଗ୍ରହଣ କରିବେ। ଏ ନେଇ ତାଙ୍କ ପ୍ରେସ ସେକ୍ରେଟାରୀ ତରଫରୁ ସୂଚନା ପ୍ରଦାନ କରାଯାଇଛି। କମଲା ହ୍ୟାରିସ୍ ଏବଂ ତାଙ୍କ ସ୍ୱାମୀ ମଧ୍ୟ ଆସନ୍ତା ସପ୍ତାହରେ ଟିକା ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ମଡର୍ନା କମ୍ପାନୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ତତ୍ବାବଧାନରେ ବିକଶିତ ଏହି ଟିକାକରଣ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହେବ।
Comments are closed.