ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ପରେ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି । ଅଧିକ ତଥ୍ୟ ହାସଲ କରୁଛି । ଏପଟେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଆଜି ଯଦୁପୁର ଗାଁରେ ପହଞ୍ଚି ଖୋଳତାଡ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି । ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଯାଞ୍ଚ କରୁଛନ୍ତି ଓଡ୍ରାଫ୍ ଟିମ୍ । ସ୍କୁବା ଡାଇଭର ସାହାଯ୍ୟରେ ଚାଲିଛି ଖୋଜାଖୋଜି ।

ଗତକାଲି ପୋଖରୀ ଭିତରୁ ନାବାଳିକାଙ୍କ ଲେଗିଙ୍ଗସ ମିଳିଥିଲା । ପୋଖରୀ ନିକଟ ଏକ ବୁଦା ନିକଟରୁ ଉଦ୍ଧାର ହୋଇଥିଲା ଗଳିତ ମୃତଦେହ । ଗତକାଲି ପ୍ରେସମିଟରେ ପରୀ ହତ୍ୟା ଉପରୁ ପରଦା ହଟାଇଥିଲେ ଅସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କାହିଁକି ଓ କିଭଳି ଘଟଣା ଘଟିଥିଲା କହିଥିଲେ । ଅଭିଯୁକ୍ତ ସରୋଜ ସେଠୀ ନାବାଳିକାଙ୍କୁ ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିବା ମାନିଛି । ତାକୁ ତିନି ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି ।
BREAKING NEWS
- CHSE +2exam: +୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି, ପ୍ରାକ୍ଟିକାଲ ଜାନୁଆରୀ…
- ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ
- ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ
- ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..
- କୋହଲି ଖେଳିବେ ବିଜୟ ହଜାରେ ଟ୍ରଫି
- ‘ରାଜ୍ୟରେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI’
- ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ, ଧାନ ସଂଗ୍ରହ ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଏତିକି ଟୋକେନ..
- Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା
- ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା
- ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…
Comments are closed.