ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ରାଧାନଗର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୭ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି ।
ଏହି ଅଗ୍ନିକାଣ୍ଡରେ ଧାନ ଚାଉଳ ସମେତ ଘରର ସମସ୍ତ ଆସବାସପତ୍ର ପୋଡି ନଷ୍ଟ ହୋଇଯାଇଛି। ଗତ ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଏହି ଅଗ୍ନୀକାଣ୍ଡରେ ଚନ୍ଦ୍ରମଣି ଜତି, କୃପାସିନ୍ଧୁ ଜତି ଓ ବ୍ରଜମୋହନ ଜତିଙ୍କର ୭ବଖରା ଘର ଜଳିଯାଇଥିବା ଜଣାପଡିଛି ।
ଗ୍ରାମବାସୀଙ୍କ ସହଯୋଗରେ ଦମକଳ ବାହିନୀର କର୍ମଚାରୀ ମାନେ ଦୀର୍ଘ ସମୟ ଧରି ନିଆଁଲିଭା କାର୍ଯ୍ୟ ଜାରି ରଖିଥିଲେ । ତେବେ ଅଗ୍ନୀକାଣ୍ଡ ଫଳରେ ଘରେ ଥିବା ସମସ୍ତ ଜିନିଷପତ୍ର ପୋଡି ଛାରଖାର ହୋଇଯାଇଛି ।
Comments are closed.