Latest Odisha News

BREAKING NEWS

ରାଜ୍ୟର ୨୪ ଜିଲ୍ଲାରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଚାରି ଶହ ତଳେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୨୫ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୮୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩୮ ଜଣ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୩, ଅନୁଗୁଳରୁ ୩୨, ବାଲେଶ୍ୱରରୁ ୨୮ ଓ ସମ୍ୱଲପୁର ଜିଲ୍ଲାରୁ ବାହାରିଛନ୍ତି ୨୧ ନୂଆ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୭ହଜାର ୮୬୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୨ହଜାର ୯୭୨ ଆକ୍ରାନ୍ତ । ଏବେ ରାଜ୍ୟରେ କରୋନା ଆକ୍ଟିଭ୍ କେସ୍ ୨ହଜାର ୯୮୯ ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରୁ ମହାମାରୀ ନେଇଛି ଆଉ ତିନି ଜଣଙ୍କର ଜୀବନ । ଭୁବନେଶ୍ୱର ସମେତ ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧ ହଜାର ୮୫୩କୁ ବୃଦ୍ଧି ପାଇଛି ।

Comments are closed.