Latest Odisha News

ଆଉ ନାହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦ରୁ ଅଧିକ ଶତକ, ୪୦୦୦୦ ରନ କରିଥିବା ବ୍ୟାଟ୍ସମ୍ୟାନ

ଲଣ୍ଡନ:ଇଂଲଣ୍ଡର ଭେଟେରାନ କ୍ରିକେଟର ଜନ ଏଡରିଚ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏଡରିଚ ଇଂଲଣ୍ଡର ଜଣେ ପ୍ରତିଷ୍ଠିତ ଖେଳାଳି ଥିଲେ । ସେ ୭୭ ଟେଷ୍ଟରେ ୪୩ ଆଭରେଜରେ ୫୦୦୦ରୁ ଅଧିକ ରନ କରିଥିଲେ । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ରନର ପାହଡ କରି ଦେଇଛନ୍ତି । ୧୯୫୬-୭୮ ମଧ୍ୟରେ ସେ ୫୬୪ ମ୍ୟାଚ ଖେଳି ୪୦୦୦୦ରୁ ଅଧିକ ରନ କରିଛନ୍ତି । ଏଥିରେ ୧୦୩ ଶତକ ଓ ୧୮୮ ଅର୍ଦ୍ଧଶତକ ସାମିଲ ।

ଇଂଲଣ୍ଡ କ୍ରିକେଟ ବୋର୍ଡ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । କ୍ରିଷ୍ଟମାସରେ ଜନଙ୍କ ଦେହାନ୍ତ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଛି । ସେ ତାଙ୍କ କ୍ୟାରିୟରରେ ୭ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ପ୍ରଥମ ଅର୍ଦ୍ଧଶତକ ତାଙ୍କ ନାମରେ ରହିଛିି ।

Comments are closed.