Latest Odisha News

BREAKING NEWS

ବଲାଙ୍ଗୀର-ଭଇଁଶାପାଲୀ ମଧ୍ୟରେ ରେଳ ସେବା ଲାଗି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବଲାଙ୍ଗୀର-ଭଇଁଶାପାଲୀ ସେକ୍ସନ ମଧ୍ୟରେ ଯାତ୍ରୀମାନଙ୍କ ପାଇଁ ରେଳ ସେବା ଲାଗି କେନ୍ଦ୍ରକୁ ଦାବି କରିଛନ୍ତି । ଏହି ଦୁଇ ସ୍ଥାନ ମଧ୍ୟରେ ଗତ ଅକ୍ଟୋବର ମାସରେ ସେଫ୍ଟି କ୍ଲିଅରାନ୍ସ ମଧ୍ୟ ମିଳିସାରିଛି ।

ନବୀନ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି, ଆଉ ବିଳମ୍ବ ନକରି ଯଥାଶୀଘ୍ର ବଲାଙ୍ଗୀର-ଭଇଁଶାପାଲୀ ମଧ୍ୟରେ ରେଳ ଚଳାଚଳ ଆରମ୍ଭ କରନ୍ତୁ । ତେବେ ଏହି ରେଳ ଚଳାଚଳ ଆରମ୍ଭରେ ବିଳମ୍ବ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏପରି ବିଫଳତା ନେଇ ଅସନ୍ତୋଷ ପ୍ରକାଶ କରି କହିଛନ୍ତି “ଏହି ୧୬କିମି. ବ୍ୟାପୀ ରେଳ ଲାଇନର ସେଫ୍ଟି କ୍ଲିଅରାନ୍ସ ରେଳ କମିଶନରଙ୍କ ଠାରୁ ମିଳିସାରିଛି । ଏହି ରେଳ ଚଳାଚଳ ଆରମ୍ଭ ହେଲେ ପଶ୍ଚିମ ଓଡିଶାର ଅଧିକାଂଶ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି” ।

ଏହି ୧୬କିମି. ବ୍ୟାପୀ ରେଳ ଲାଇନଟି ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ମଧ୍ୟରେ ଅନ୍ତର୍ଭୁକ୍ତ, ଯାହାକି ଓଡିଶାର ଉପଦ୍ରୁତ ଅଞ୍ଚଳ ଗୁଡିକ ମଧ୍ୟରେ ଯୋଗାଯୋଗ ହୋଇପାରିବ । ଏହି ରେଳ ପ୍ରକଳ୍ପରେ ୧୭୭ କିମି. ବ୍ୟାପୀ ବଲାଙ୍ଗୀର-ଦଶପଲା ରେଳ ପ୍ରକଳ୍ପର ୫୦ ପ୍ରତିଶତ ବ୍ୟୟ ଅଟ୍ଟକଳ ରାଜ୍ୟ ସରକାର ବହନ କରୁଛନ୍ତି ତଥା ଏଥିଲାଗି ଆବଶ୍ୟକୀୟ ଜମି ରାଜ୍ୟ ସରକାର ମାଗଣାରେ ରେଳ ବିଭାଗକୁ ପ୍ରଦାନ କରିଛି ବୋଲି ତାଙ୍କ ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଏହି ପତ୍ର ପଠାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏହି ବାରିପଦା ଗସ୍ତ ବେଳେ ଏକ କାର୍ଯ୍ୟକ୍ରମରେ ପ୍ରାୟ ୪୫୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ମଧ୍ୟରେ ଏକ ନୂତନ ରେଳ ସେବାର ଘୋଷଣା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.