Latest Odisha News

କରୋନା ସଂକ୍ରମିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ AIIMS ସ୍ଥାନାନ୍ତର

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ AIIMS ସ୍ଥାନାନ୍ତର କରାଯାଇଛି । ତାଙ୍କ ସହିତ ପତ୍ନୀ ଏବଂ ଝିଅ ମଧ୍ୟ ଅଛନ୍ତି । ତାଙ୍କୁ ଡେରାଡୁନ୍ ଡୁନ୍ ହସ୍ପିଟାଲରୁ ଦିଲ୍ଲା ଏମ୍ସ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥତା ଯୋଗୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଡୁନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାର ବରିଷ୍ଠ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ଫୁସଫୁସରେ ସିଟି ସ୍କାନ କରିଥିଲେ । ଯେଉଁଥିରେ ସାମାନ୍ୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାପରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଡ଼ାକ୍ତର ଏନ୍. ଏସ୍. ବିଷ୍ଟ କହିଛନ୍ତି ।

ଦିଲ୍ଲୀ AIIMSରେ ତାଙ୍କର କିଛି ପରୀକ୍ଷା କରିବାକୁ ପଡିବ । ଗତ ୧୮ ତାରିଖେ ମୁଖ୍ୟମନ୍ତ୍ରୀ ରାୱତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ତାପରଠୁ ସେ ଆଇସୋଲେସନରେ ରହିଥିଲେ ।

Comments are closed.