Latest Odisha News

BREAKING NEWS

୪ ଜିଲ୍ଲାରେ କୋଭିଡ ଟିକାର ଡ୍ରାଏ ରନ୍ ଆରମ୍ଭ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜୁରାଟ ଏବଂ ଆସାମ ଭଳି ଚାରିଟି ରାଜ୍ୟରେ ସୋମବାର ଦିନ କୋଭିଡ-୧୯ ଟିକାର ଦୁଇ ଦିନିଆ ଡ୍ରାଏ ରନ୍ ଆରମ୍ଭ ହୋଇଛି।

ଏହି ଦୁଇ ଦିନିଆ ଟୀକାକରଣ କାର୍ଯ୍ୟକ୍ରମରେ ଚାରିଟି ରାଜ୍ୟରେ ହୋଇଥିବା ପର୍ଯ୍ୟବେକ୍ଷଣ ବିଷୟରେ କେନ୍ଦ୍ରକୁ ରିପୋର୍ଟ କରାଯିବ। ଏଥିରେ ଲୋକମାନଙ୍କୁ ଟିକା ଦିଆଯିବ ନାହିଁ ବରଂ ଏକ ଡମୀ ଟିକାକରଣ ହେବ।

ଯେଉଁଥିରେ କେବଳ ଲୋକଙ୍କ ଡାଟା ନିଆଯିବ। ଯାହା ଫଳରେ ଭାକ୍ସିନ ପ୍ରସ୍ତୁତିରେ ଯଦି କୌଣସି ବିଷୟକୁ ଗୁରୁତ୍ୱ ଦିଆଯାଇ ନଥାଏ, ସେ ସମ୍ପର୍କରେ ଜଣାପଡିବ।

ପ୍ରଥମ ପର୍ଯ୍ୟାୟରେ ସରକାର ୩୦ କୋଟି ଲୋକଙ୍କୁ ସାମିଲ କରିବାକୁ ଯୋଜନା କରୁଛନ୍ତି।

ବର୍ତ୍ତମାନ ସମୟରେ ୨,୩୬୦ ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ୭,୦୦୦ ଅଧିକାରୀ, ମେଡିକାଲ୍ ଅଫିସର ଏବଂ ଭ୍ୟାକ୍ସିନେଟରସ୍ ମାନେ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.