ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଏ ଆର୍ ରହମାନଙ୍କ ମା କରିମା ବେଗମ୍ଙ୍କ ଦେହାନ୍ତ ହୋଇଛି। ଏ ଆର୍ ରହମାନ୍ ତାଙ୍କ ମା’ଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଏ ଆର୍ ରହମାନ ତାଙ୍କ ମାଙ୍କର ଅତି ନିକଟତର ଥିଲେ।ଏପରି ପରିସ୍ଥିତିରେ, ତାଙ୍କ ମା’ଙ୍କୁ ହରାଇବା ତାଙ୍କ ପାଇଁ ଏକ ବଡ଼ କ୍ଷତି ଏବଂ ଭାବପ୍ରବଣ ମୁହୂର୍ତ୍ତ ବୋଲି କହିଛନ୍ତି।
ରହମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କ ମା’ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନା ଅନୁଯାୟୀ କରିମା ବେଗମ୍ଙ୍କ ନାମ ପୂର୍ବରୁ କସ୍ତୁରୀ ଥିଲା। ଯାହା ପରେ ପରିବର୍ତ୍ତନ କରାଯାଇଥିଲା। ଏକ ସାକ୍ଷାତକାରରେ ରହମାନ ତାଙ୍କ ମାଆଙ୍କ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ- ‘ମୋ ମା ସଙ୍ଗୀତରେ ମୋର ପ୍ରତିଭାକୁ ଚିହ୍ନିଥିଲେ, ମୁଁ ନୁହେଁ।
Comments are closed.