ନୂଆଦିଲ୍ଲୀ-ବ୍ରିଟେନରେ ଯେଉଁ ନୂଆ ଷ୍ଟ୍ରେନ୍ର କରୋନା ଭୂତାଣୁ ଚିହ୍ନଟ ହୋଇଛି, ସେଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ତେବେ କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତି ଏହି ନୂଆ ପ୍ରକାରର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି, ଆସନ୍ତୁ ଜାଣିବା ।
କର୍ଣ୍ଣାଟକ-ନୂଆ ‘ବ୍ରିଟେନ ଷ୍ଟ୍ରେନ୍’ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଦେଶର ମୋଟ ୨୦ ଜଣଙ୍କୁ ମଧ୍ୟରୁ ୭ ଜଣ କେବଳ କର୍ଣ୍ଣାଟକର । ଆଗରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଶିବମୋଗା ଜିଲ୍ଲାର । ଏମାନଙ୍କର ପରିବାର କିଛି ଦିନ ତଳେ ବ୍ରିଟେନରୁ ଫେରିଥିଲେ ।
ଦିଲ୍ଲୀରେ ନୂଆ ଷ୍ଟ୍ରେନ୍ର କରୋନା ଭୂତାଣୁ ଦ୍ୱାରା ୪ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ସମସ୍ତେ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ସମସ୍ତଙ୍କୁ ଲୋକ ନାୟକ ହସପିଟାଲରେ ଅଲଗା ଅଲଗା ଭାବେ ଆଇସୋଲେସନରେ ରଖା ଯାଇଛି । କାହାରି ମଧ୍ୟ କୋଭିଡ ଲକ୍ଷଣ ନାହିଁ ଓ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।
ସେହିପରି ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଜଣେ ଜଣେ ନୂଆ ଷ୍ଟ୍ରେନ୍ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ କିଛି ଦିନ ତଳେ ବ୍ରିଟେନରୁ ଫେରିଥିଲେ ।
ଉତ୍ତରପ୍ରଦେଶର ଜଣେ ୨ ବର୍ଷର ଶିଶୁ ମଧ୍ୟ ନୂଆ କରୋନା ଭୂତାଣୁରେ ସଂକ୍ରମିତ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ମଧ୍ୟ ଏହି କରୋନା ଭୂତାଣୁର ଶିକାର ହୋଇଛନ୍ତି । ସେ କିଛି ଦିନ ତଳେ ଲଣ୍ଡନରୁ ଫେରିଥିଲେ ।
BREAKING NEWS
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା
- ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
- ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ
- ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା
- କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ
- ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି
- ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ