Latest Odisha News

BREAKING NEWS

ଚିରଦିନ ପାଇଁ ମନେ ରହିବେ କୋଭିଡ ଯୋଦ୍ଧା

ଭୁବନେଶ୍ୱର: ବର୍ଷ ୨୦୨୦ ଆରମ୍ଭରୁ ଦେଶ ତଥା ରାଜ୍ୟରେ ଦେଖାଦେଇଥିଲା ମହାମାରୀ କରୋନାର ଭୟାବହତା। ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଓ ସଟଡାଉନ୍ ଆଦି ବିଭିନ୍ନ କଟକଣା ଜାରି କରିଥିଲେ।

କରୋନା ସଂକ୍ରମଣରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଲୋକମାନେ ଘରୁ ବାହାରକୁ ପାଦ କାଢୁ ନଥିବା ବେଳେ

ନିଜ ଜୀବନକୁ ବିପନ୍ନ କରି ଡାକ୍ତର, ପ୍ରଶାସନିକ ଅଧିକାରୀ ପାରାମେଡିକଲଷ୍ଟାପ,ଅଙ୍ଗନବାଡ଼ି କର୍ମୀ ଏବଂ ବହୁ ସ୍ୱଛାସେବୀ କରୋନା ରୋଗୀଙ୍କୁ ଅନବରତ ସେବା ଯୋଗାଇଛନ୍ତି।

ସେବା ଯୋଗାଇ ଦେବା ସମୟ ରେ ସେମାନଙ୍କ ମଧ୍ୟରେ ସଂକ୍ରମିତ ହୋଇ ଅନେକ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି। ଏମାନଙ୍କୁ କରୋନା ଯୋଦ୍ଧା ବୋଲି ସମ୍ବୋଧିତ ମଧ୍ୟ କରାଗଲା। ଆଉ ଦିନରାତି ଏକ କରି ଏମାନେ କରିଚାଲିଲେ କରୋନା ସହ ଲଢେଇ । ଯାହାର ଫଳସ୍ବରୂପ ଆଜି କରୋନା ଗ୍ରାଫ୍ ତଳମୁହାଁ ହୋଇଛି।

ରାଜ୍ୟରେ ଦୈନିକ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା କମ୍ ହେବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କଠିନ ପରିଶ୍ରମ ଫଳରେ ଏହା ସମ୍ଭବ ହୋଇପାରିଛି।

ସେପଟେ କୋଭିଡ୍ ପରିଚାଳନା କ୍ଷେତ୍ରରେ ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି। ମହାମାରୀ କରୋନାକୁ ଆୟତ୍ତ କରିବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ କୋଭିଡ୍ ହସ୍ପିଟାଲ ସମେତ କୋଭିଡ୍ ଟେଷ୍ଟିଂ ସେଣ୍ଟର କାର୍ଯ୍ୟକ୍ଷମ କରାଗଲା। ପ୍ରଶାସନିକ ଅଧିକାରୀ ଓ ପୋଲିସ ଦ୍ବାରା ଲୋକଙ୍କୁ ସଚେତନ କରାଗଲା। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏସ.ପି, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀ ଆଦି ସମସ୍ତେ ଆଗେଇ ଆସିଲେ ଏହି ଲଢେଇରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ।

ଜଟିଳ ସମୟରେ ନିଜ ପରିବାର ଓ ବ୍ୟକ୍ତିଗତ ସୁଖ ସୁବିଧାକୁ ପଛରେ ପକାଇ ଆମର କୋଭିଡ ଯୋଦ୍ଧା ମାନେ ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ନିଷ୍ଠାର ସହ ଯେପରି ସେବା କରିଚାଲିଛନ୍ତି। ତେବେ କରୋନା ଭୂତାଣୁ ହୁଏତ ଆଗାମୀ ଦିନରେ ଏହି ଧରାପୃଷ୍ଟରୁ ଉଭାନ ହୋଇଯାଇଥିବ, କିନ୍ତୁ କରୋନା ସହ ଲଢେଇରେ ଯୋଦ୍ଧା ସାଜିଥିବା ଏହି କରୋନା ଯୋଦ୍ଧା ମାନଙ୍କ ନିଷ୍ଠା, ତ୍ୟାଗ ଓ ବଳିଦାନକୁ ଏ ସମାଜ ଚିରଦିନପାଇଁ ମନେରଖିବ।

Leave A Reply

Your email address will not be published.