ଭୁବନେଶ୍ୱର-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରି ୨ ତାରିଖରେ ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍ଫରେନ୍ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।
ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେବେ । ଏହା ସହିତ ଭର୍ଚୁଆଲ୍ ପ୍ଲାଟଫର୍ମରେ ୫ ହଜାରରୁ ବ୍ୟକ୍ତି ଅଶଂଗ୍ରହଣ କରିବେ । ଏଥିରେ ଶିକ୍ଷାବିତ୍, ଛାତ୍ରଛାତ୍ରୀ, ଅଧିକାରୀ ଓ ସମ୍ବଲପୁର ଆଇଆଇଏମ୍୍ର ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ରହିଛନ୍ତି ।
ସମ୍ବଲପୁର ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ପ୍ରାୟ ୨ ଶହ ଏକର ଜମିରେ ନିର୍ମାଣ ହୋଇଛି । ଏଥିପାଇଁ ପ୍ରାୟ ୪ ଶହ କୋଟି ଟଙ୍କାର ବଜେଟ ଥିଲା । ଏହି ସ୍ଥାୟୀ କ୍ୟାମ୍ପସ ସମ୍ବଲପୁର ଜିଲ୍ଲା ବୁର୍ଲା ତହସିଲର ବସନ୍ତପୁରରେ ଅଛି । ହିରାକୁଦ ରେଳ ଷ୍ଟେସନରୁ ଏହି ସ୍ଥାୟୀ କ୍ୟାମ୍ପସ ପ୍ରାୟ ୫ କି.ମି. ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ସଦର ମହକୁମାରୁ ୨୭ କି.ମି ଏବଂ ଝାରସୁଗୁଡା ଏୟାରପୋର୍ଟରୁ ୫୫ ଦୂରରେ ଅଛି ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.