ଭୁବନେଶ୍ୱର-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରି ୨ ତାରିଖରେ ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍ଫରେନ୍ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।
ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେବେ । ଏହା ସହିତ ଭର୍ଚୁଆଲ୍ ପ୍ଲାଟଫର୍ମରେ ୫ ହଜାରରୁ ବ୍ୟକ୍ତି ଅଶଂଗ୍ରହଣ କରିବେ । ଏଥିରେ ଶିକ୍ଷାବିତ୍, ଛାତ୍ରଛାତ୍ରୀ, ଅଧିକାରୀ ଓ ସମ୍ବଲପୁର ଆଇଆଇଏମ୍୍ର ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ରହିଛନ୍ତି ।
ସମ୍ବଲପୁର ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ପ୍ରାୟ ୨ ଶହ ଏକର ଜମିରେ ନିର୍ମାଣ ହୋଇଛି । ଏଥିପାଇଁ ପ୍ରାୟ ୪ ଶହ କୋଟି ଟଙ୍କାର ବଜେଟ ଥିଲା । ଏହି ସ୍ଥାୟୀ କ୍ୟାମ୍ପସ ସମ୍ବଲପୁର ଜିଲ୍ଲା ବୁର୍ଲା ତହସିଲର ବସନ୍ତପୁରରେ ଅଛି । ହିରାକୁଦ ରେଳ ଷ୍ଟେସନରୁ ଏହି ସ୍ଥାୟୀ କ୍ୟାମ୍ପସ ପ୍ରାୟ ୫ କି.ମି. ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ସଦର ମହକୁମାରୁ ୨୭ କି.ମି ଏବଂ ଝାରସୁଗୁଡା ଏୟାରପୋର୍ଟରୁ ୫୫ ଦୂରରେ ଅଛି ।
BREAKING NEWS
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ

Comments are closed.